ରାମ ଚରିତ୍ରରେ ଅଭିନୟ କରିବା ପାଇଁ ମଦ ଓ ମାଂସ ଛାଡିଲେ ରଣବୀର କପୁର, ୨୦୨୪ରେ ହେବ ଫିଲ୍ମର ସୁଟିଂ

ଭଗବାନ ରାମ ଭୂମିକା ଗ୍ରହଣ କରିବା ପୂର୍ବରୁ ରଣବୀର ଆମିଷ ଏବଂ ମଦ୍ୟପାନ ଛାଡିଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ଏହା ଚରିତ୍ରର ଆବଶ୍ୟକତା କିମ୍ବା ପବ୍ଲିକ ଇମେଜ ପାଇଁ ନୁହେଁ ବରଂ ରଣବୀର ନିଜ ଇଚ୍ଛାରେ ଏପରି କରୁଛନ୍ତି । ଚରିତ୍ରରେ ଅଭିନୟ କରିବା ସମୟରେ ଶ୍ରୀରାମଙ୍କ ପବିତ୍ରତାକୁ ଅନୁଭବ କରିବା ପାଇଁ ରଣବୀର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ନିତିଶ ତିୱାରୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ରାମାୟଣରେ ରାମ ଭୂମିକାରେ ନଜର ଆସିବେ ରଣବୀର କପୁର । ରିପୋର୍ଟ ଅନୁଯାୟୀ, ଭଗବାନ ରାମ ଭୂମିକା ଗ୍ରହଣ କରିବା ପୂର୍ବରୁ ରଣବୀର ଆମିଷ ଏବଂ ମଦ୍ୟପାନ ଛାଡିଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ଏହା ଚରିତ୍ରର ଆବଶ୍ୟକତା କିମ୍ବା ପବ୍ଲିକ ଇମେଜ ପାଇଁ ନୁହେଁ ବରଂ ରଣବୀର ନିଜ ଇଚ୍ଛାରେ ଏପରି କରୁଛନ୍ତି । ଏହି ଚରିତ୍ରରେ ଅଭିନୟ କରିବା ସମୟରେ ଶ୍ରୀରାମଙ୍କ ପବିତ୍ରତାକୁ ଅନୁଭବ କରିବା ପାଇଁ ରଣବୀର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସେ ନିଜ ଚରିତ୍ରକୁ ଠିକ ଭାବେ ପ୍ରତିପାଦନା କରିପାରିବେ ବୋଲି ଆଶା କରିଛନ୍ତି । ରିପୋର୍ଟ ଅନୁଯାୟୀ, ରଣବୀର ଏବେ ଠାରୁ ଲେଟ ନାଇଟ୍ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁନାହାନ୍ତି ।

ନିତିଶ ତିୱାରୀଙ୍କ ଏହି ଫିଲ୍ମ ରାମାୟଣର ସୁଟିଂ ୨୦୨୪ ଫେବୃଆରୀରେ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମର କାହାଣୀ ଭଗବାନ ରାମ ଏବଂ ମାତା ସୀତାଙ୍କ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବ । ଯାହା ସୀତା ହରଣରୁ ଆରମ୍ଭ କରି ରାମ-ରାବଣ ଯୁଦ୍ଧର କଥା ଦେଖାଇବ । ଏହି ଫିଲ୍ମର VFX ଓସ୍କାର ବିଜେତା କମ୍ପାନୀ DNEG ଦ୍ୱାରା କରାଯିବ ।

ଏହି ଫିଲ୍ମରେ ମାତା ସୀତା ଭୂମିକାରେ ନଜର ଆସିବେ ସାଉଥ୍‌ ଅଭିନେତ୍ରୀ ସାଇ ପଲ୍ଲବୀ । ନିକଟରେ ଆସିଥିବା ଖବର ଅନୁସାରେ, KGF  ଷ୍ଟାର ୟଶ ରାବଣ ଭୂମିକାରେ ନଜର ଆସିବେ ବୋଲି ଶୁଣାଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଅଭିନେତା ନିଜ ତରଫରୁ କୌଣସି ଅଫିସିଆଲ୍‌ ଆନାଉନ୍ସମେଣ୍ଟ କରିନାହାନ୍ତି । ଏହି ସିନେମାକୁ ନେଇ ପ୍ରଥମ ଖବର ଆସିବ ଦିନରୁ ହି ଏହା ଖୁବ ଚର୍ଚ୍ଚାରେ ରହିଛି । ତେବେ ଏହି ଫିଲ୍ମ କେବେ ରିଲିଜ ହେବ ସେନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ଖବର ଆସିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.