ରଣବୀର ସିଂଙ୍କ ପରେ ରଣବୀର କପୁରଙ୍କୁ ଛାଡିଲା କରୋନା ଭୟ, ସୁଟିଂ ପାଇଁ ପହଞ୍ଚିଲେ ସେଟ୍

ବଲିଉଡ୍ ଜଗତର ହିରୋ ନମ୍ବର ଓ୍ଵାନ ରଣବୀର ସିଂହ ଏକ ବିଜ୍ଞାପନ ଫିଲ୍ମର ସୁଟିଂ ଆରମ୍ଭ କରିବା ପରେ ଏବେ ରଣବୀର କପୁର ମଧ୍ୟ କରୋନାର ଭୟ ଛାଡି କ୍ୟାମେରା ସାମ୍ନାକୁ ଆସିଛନ୍ତି। ସୂଚନା ଯୋଗ୍ୟ ରଣବୀର କପୁର ଗତକାଲି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ମୁମ୍ବାଇ ଷ୍ଟୁଡିଓରେ କରିଛନ୍ତି। ରଣବୀର କପୁରଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରଣବୀର ପୋଲିସ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି।
ରଣବୀରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ସେ କେଉଁ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଛନ୍ତି ତାହା ଜାଣିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ରିପୋର୍ଟ ଅନୁଯାୟୀ କରୋନା ସଂକ୍ରମଣ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଛି କିନ୍ତୁ ଏହା ପୂର୍ବରୁ ମଧ୍ୟ ରଣବୀର କାମ କରୁଥିବାର ଦେଖିବାକୁ ମିଳିଛି। ଆଞା ହଁ ଏହା ପୂର୍ବରୁ ସେ ନିଜର ଖାସ୍ ଦୋସ୍ତ ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଡବିଂ ଆରମ୍ଭ କରିସାରିଛନ୍ତି।
ଆଲିଆ ଭଟ୍ଟଙ୍କ ୨ଟି ବଡ ଫିଲ୍ମ ‘କଳଙ୍କ’ ଏବଂ ‘ସଡକ -୨’ ଫ୍ଲପ୍ ହେବା ପରେ ଆଲିଆ ପୁଣି ଥରେ ନିଜର କ୍ୟାରିୟରକୁ ଆଗକୁ ନେବା ପେଇଁ ପ୍ଲାନିଂ କରିଛନ୍ତି। ସେହିଭଳି ରଣବୀର କପୁର ମଧ୍ୟ ‘ବ୍ରହ୍ମାସ୍ତ୍ର’ କାମ ବହୁତ ଜଲଦି ଶେଷ କରି ନିଜ କ୍ୟାରିୟରରେ ଅନ୍ୟ କାମ କରିବାକୁ ଇଛା ରଖିଛନ୍ତି । ତାଙ୍କ ଫିଲ୍ମ ‘ଶମସେରା’ର ସୁଟିଂ ଶେଷ ହୋଇସାରିଥିବା ବେଳେ ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହେବାର ସମ୍ଭାବନା ରହିଛି।