Below header

ସହାୟତା ଅପେକ୍ଷାରେ ଯୁବ କଳାକାର, ପ୍ରତିଭା ଦେଖିଲେ ଆପଣ ବି କହିବେ ଆରେ ବାଃ..

ଖୋର୍ଦ୍ଧା: ସତରେ କଥାରେ ଅଛି ସୁନା ଥିଲେ କାନ ନଥାଏ ଆଉ କାନ ଥିଲେ ସୁନା ନଥାଏ । ଯାହାର ପ୍ରକ୍ରୁତ ଯଥାର୍ଥ ଆପଣ ଏହି ଭିଡିଓକୁ ଦେଖିବାପରେ ଠିକ୍ ବୁଝିପାରୁଥିବେ। ସବୁବେଳେ ମଣିଷକୁ ଅନେକ ବାଧାବିଘ୍ନ ସହି ଆଗକୁ ବଢିବାକୁ ପଡିଥାଏ ସତ ହେଲେ ଅଭାବ,ଅନାଟନ ଓ ଦାରିଦ୍ରତା ମଣିଷର ମେରୁଦଣ୍ଡ ଭାଙ୍ଗି ଦେଇଥାଏ । ଜଣଙ୍କ ପାଖରେ ପ୍ରତିଭା ଥାଇ ବି ତାହା ଲୁକାୟିତ ରହିଯାଏ । ଆଉ ନିଜର ଆଶାକୁ ପୂରଣ କରିବା ପାଇଁ ଖାଲି ଟିକେ ସୁଯୋଗକୁ ଅନାଇ ରହିଥାଏ । ଏମିତି ଏହି ଦୁଇ ପ୍ରତିଭା ହେଉଛନ୍ତି ସୁକାନ୍ତ ଭୋଇ ଓ ପବିତ୍ର ଭୋଇ ।

artistସୁକାନ୍ତ ଗୀତ ଗାଉଥିବା ବେଳେ ପବିତ୍ର ହାତ ଓ ପାଟି ମାଧ୍ୟମରେ ବାଜା ବଜେଇଥାନ୍ତି । ପବିତ୍ର ଅନେକ ବାଦ୍ୟଯନ୍ତ୍ରର ଧୁନ୍ ବଜେଇପାରନ୍ତି । ଦୁଇ ପ୍ରତିଭା ଅଚଂଳରେ ବେଶ ନାଁ କମେଇସାରିଥିବାବେଳେ ସୋସିଆଲ ମିଡିଆରେ ମଧ୍ଯ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ମାତ୍ର ଅଭାବୀ ପରିବାର ଓ ଦୈନିକ ଗୁଜୁରାଣ କିଭଳି ହେବ ତାହାରି ଭିତରେ ପ୍ରତେକ ଦିନ ବଚିଂବାର ରାହା ଖୋଜୁଛନ୍ତି ଏମାନେ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଂଚାୟତ କାଇମାଟିଆ ଗଡ ଭୋଇ ସାହିରେ ସୁକାନ୍ତ ଓ ପବିତ୍ରଙ୍କ ଘର । ଭଙ୍ଗାରୁଜା ଅବସ୍ଥାରେ ରହିଛି ଉଭୟଙ୍କ ଘର । ସୁକାନ୍ତ ର ବାପା ଦିନମଜୁରିଆ ହୋଇଥିବା ବେଳେ ପବିତ୍ରର ବାପା ନାହାନ୍ତି ମା କାମ କଲେ ଘର ଚଳେ । ଘର ଚଳିବା ପାଇଁ ସୁକାନ୍ତ ସିଲେଇ କରି ଘରର ଖର୍ଚ୍ଚ ଓ ନିଜ ଖର୍ଚ୍ଚ ଉଠାଇଥାନ୍ତି । ମାତ୍ର ସଂଗୀତରେ ଅଗକୁ ବଢିବାର ମନୋବଳ ଓ ଦୃଢ ଇଚ୍ଛା ଶକ୍ତି ରହିଛି ।

artସେହିପରି ସୁକାନ୍ତ ଗୀତ ଗାଉଥିବା ବେଳେ ପବିତ୍ର ବାଜା ବଜାଇଥାନ୍ତି । ଏହାପରେ ଉଭୟ ମିଶି ଗୀତକୁ କମପୋଜ କରିଥାନ୍ତି । ପିଲାଟି ବେଳୁ ବହୁତ ଇଚ୍ଛା ରହିଛି ଏହି କ୍ଷେତ୍ରରେ। ମାତ୍ର ଅଭାବ ଅନାଟନ ଓ ଦାରିଦ୍ର ଭିତରେ କିଭଳି ଆଗକୁ ଯିବେ ସେନେଇ ଚିନ୍ତାରେ ଏହି ଦୁଇ ପ୍ରତିଭା । ଉଭୟଙ୍କ ଏହି ପ୍ରତିଭା ଦେଖି ପାଖ ଗ୍ରାମର ଯୁବକ ମାନେ ଏହାକୁ ସୋସିଆଲ ମିଡିଆରେ ମଧ୍ଯ ସେୟାର କରିଥାନ୍ତି। ତେବେ ଏମାନଙ୍କୁ ଯଦି କିଛି ସହାୟତା ମିଳିପାରନ୍ତା ତେବେ ଏହି ପ୍ରତିଭା ଦ୍ୱୟ ଆଗକୁ ବଢିପାରନ୍ତେ ଏଥିରେ କୌଣସି ଦ୍ବନ୍ଦ ନାହିଁ।

ଖୋର୍ଦ୍ଧାରୁ ସଂଗ୍ରାମ କେଶରୀ ହୋତାଙ୍କ ରିପୋର୍ଟ,କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.