Below header

ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚିନ୍ତାରେ ରଣବୀର କପୁର, ଜାଣନ୍ତୁ କାହିଁକି?

ଚିନ୍ତାରେ ରଣବୀର କପୁର । ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍‌ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଅଛନ୍ତି। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍‌ ହେବାର ବର୍ଷକରୁ ଅଧିକ ସମୟ ହୋଇଗଲାଣି। ଆଉ ବର୍ଷକରୁ ଅଧିକ ସମୟ ହେବ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ । ଯାହାଫଳରେ ଗୋଟିଏ ସିନେମାରୁ ଆର ସିନେମା ରିଲିଜ୍‌ ମଧ୍ୟରେ ଏତେ ଲମ୍ବା ବ୍ୟବଧାନକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର।

bramhastraରଣବୀର କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର କଂପ୍ୟୁଟର ଗ୍ରାଫିକ୍ସ କାମ ଶେଷ ହୋଇପାରି ନଥିବା ହେତୁ ଏହାର ରିଲିଜ୍‌ ରେ ବିଳମ୍ବ ହେଉଛି। ଏଥିରେ ତାଙ୍କର କିଛି ଭୂମିକା ନାହିଁ। ତେବେ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ବ୍ୟତୀତ ଆଲିଆ ଭଟ୍ଟ,ମୌନୀ ରୟ,ଅମିତାଭ ବଚ୍ଚନ ଓ ନାଗାର୍ଜୁନ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.