କେନ୍ଦୁଝର : ବଜ୍ରାଘାତ ଉଜାଡ଼ି ଦେଲା ସଂସାର, ଚତୁର୍ଥୀ ଭୋଜି ବେଳେ ଲିଭିଗଲା ବରର ଜୀବନ ଦୀପ

କେନ୍ଦୁଝର (କେନ୍ୟୁଜ୍) : ଚାଲିଥିଲା ବିବାହର ଚତୁର୍ଥୀ ଭୋଜି । ନାଚ ଗୀତରେ ଦୁଲୁକୁଥିଲା ପରିବେଶ । ଏହି ସମୟରେ ହଠାତ୍ କାହିଁ କେଉଁଆଡୁ ଯମଦୂତ ପରି ମାଡି ଆସିଲା ପବନ । ଖୁସିର ଆସରାରେ ଛାଇ ଗଲା କଳା ବାଦଲ । ଆଉ ଦେଖାଇଲା କାଳବୈଶାଖୀର ତାଣ୍ଡବ ରୂପ । ପ୍ରଚଣ୍ଡ ଘଡଘଡି ଆଉ ଚକ୍ ଚକ୍ ବିଜୁଳି ଆଲୋକରେ ଥରି ଉଠିଲା ପରିବେଶ । ନିମିଶକ ମଧ୍ୟରେ ଛାରଖାର ହୋଇଗଲା ସବୁ କିଛି । ନିୟମତି ଯେମିତି ଟାର୍ଗଟ୍‌ କରିଥିଲା ନବବିବାହିତ ବରକୁ । ତାଙ୍କରି ଉପରେ ହେଲା ବଜ୍ରାଘାତ । ଆଉ ଦେଖୁ ଦେଖୁ ଚାଲିଗଲା ବରର ଜୀବନ । ନୂଆ ଜୀବନକୁ ଆରମ୍ଭ କରୁ କରୁ ହିଁ ବିଧବା ହୋଇଗଲା କନ୍ୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଅଞ୍ଚଳରେ ।

deadbodyବିବାହର ଚତୁର୍ଥୀ ଭୋଜି ଚାଲିଥିବା ବେଳେ ବଜ୍ରାଘାତ ହେବାରୁ ବରର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଜିତେନ୍ଦ୍ର ମୁର୍ମୁ । ବଜ୍ରାଘାତରେ ବର ସମେତ ୫ ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସମସ୍ତ ଗୁରୁତରଙ୍କ ସ୍ୱାସ୍ଥ୍ୟ।ବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.