ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ବାଣିଜ୍ୟକୁ ନେଇ ବଢିଲା ବିବାଦ

ବେଜିଂ: ଆମେରିକା ସହ ଚୀନର ବାଣିଜ୍ୟ ଯୁଦ୍ଧ । ପରୋକ୍ଷ ଭାବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସମାଲୋଚନା କରିଛନ୍ତି । ତାଙ୍କର ବୟାନ ଟ୍ରମ୍ପଙ୍କ ଦ୍ୱାରା ଚୀନ ଉତ୍ପାଦ ଉପରେ ବଢାଯାଇଥିବା ଉତ୍ପାଦ ଶୁଳ୍କ ପରେ ଆସିଛି । ଗତ ସପ୍ତାହରେ ଟ୍ରମ୍ପ ସରକାର ଚୀନ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇଦେଇଥିଲେ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଚୀନ।

Trump-chinaଏହି ପ୍ରସଙ୍ଗକୁ ଟାର୍ଗେଟ କରି ଜିନପିଙ୍ଗ କହିଛନ୍ତି କି, ଯଦି କୌଣସି ଦେଶ ନିଜକୁ ଅଲଗା କରେ ଓ ଅନ୍ୟ ଦେଶ ମାନଙ୍କ ପାଇଁ ତାହାର ଦ୍ୱାର ବନ୍ଦ ରଖେ ସେହି ଦେଶ ନିଜେ ହିଁ ନିଜର ଜୀବନ୍ତତା ହରାଇବସିବ । ସେ କହିଛନ୍ତି କୌଣସି ସଭ୍ୟତା ଅନ୍ୟ କୌଣସି ସଭ୍ୟତାଠାରୁ ସର୍ବଶ୍ରେଷ୍ଠ ହୋଇନଥାଏ । ଆଉ ନିଜକୁ ସର୍ବଶକ୍ତିମାନ ଭାବୁଥିବା ଦେଶ ପାଇଁ ଏହା ମୁର୍ଖତା ବୋଲି ଜିନପିଙ୍ଗ କହିଛନ୍ତି । ଏଠାରେ ସୂଚନାଥାଉ କି ଚୀନରୁ ଆମେରିକାକୁ ଆସୁଥିବା ପ୍ରାୟ ୪ହଜାର ପ୍ରକାରର ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.