ହଲିଉଡ ଫିଲ୍ମ ‘ଏକ୍ସଟ୍ରାକ୍ସନ’ରେ ନଜର ଆସିବେ ରଣଦୀପ, ସାମ୍ନାକୁ ଆସିଲା ଫାଷ୍ଟଲୁକ୍‌

ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏବେ ରଣଦୀପ ବଲିଉଡ ପରେ ହଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ରଣଦୀପ ହଲିଉଡ ଫିଲ୍ମ ‘ଏକ୍ସଟ୍ରାକ୍ସନ’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ମୁଖ୍ୟ ଭୂମିକାରେ ହଲିଉଡର ପ୍ରସିଦ୍ଧ ଅଭିନେତା କ୍ରିସ୍ ହେମ୍ସୱାର୍ଥ ଅଭିନୟ କରୁଛନ୍ତି । ଏହି ଫିଲ୍ମଟିର ନିର୍ଦ୍ଦେଶକ ସ୍ୟାମ୍ ହାର୍ଗ୍ରେଭ ମଧ୍ୟ ଏହି ଫିଲ୍ମ ସହିତ ନିର୍ଦ୍ଦେଶନା ଜଗତରେ ନିଜର ଡେବ୍ୟୁ କରିବେ।

randeep

ହଲିଉଡରେ ଏଣ୍ଟ୍ରି କରିବାକୁ ନେଇ ରଣଦୀପ କହନ୍ତି, ‘ଏହି ଫିଲ୍ମରେ ମୋର ବହୁତ ଆକସନ୍ ସିନ୍ ରହିଛି। ମୁଁ ହୁଏତ ହଲିଉଡ୍ ସିନେମାରେ ଏଭଳି ଆକସନ୍ ଅଭିନୟ କରିଥିବା ପ୍ରଥମ ଭାରତୀୟ ଅଭିନେତା ହେବି। ହଲିଉଡ୍ ତାରକା କ୍ରିସ୍ ହେମ୍ସୱାର୍ଥ ଓ ଋଷୋ ବ୍ରଦର୍ସଙ୍କ ସହିତ କାମ କରି ମୁଁ ବହୁତ ଆନନ୍ଦ ପାଇଛି। ‘ଏକ୍ସଟ୍ରାକ୍ସନ୍’ ଆସନ୍ତା ଏପ୍ରିଲ୍ ୨୪ ତାରିଖରେ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ହଲିଉଡ୍ ଫିଲ୍ମ ବ୍ୟତିତ ରଣଦୀପ, ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ’ରେ ଖଳନାୟକ ଭୂମିକାରେ ନଜର ଆସିବେ। ‘ରାଧେ’ ଚଳିତ ବର୍ଷ ଇଦରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.