ଲଞ୍ଚ ହେଲା BSNLର ସାନଦାର ପ୍ଲାନ, ଉପଭୋକ୍ତାଙ୍କୁ ପ୍ରତିଦିନ ମିଳିବ ୫ ଜିବି ଡାଟା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବଜାରରେ ଏଭିତରେ ଅନେକ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । କିନ୍ତୁ ଏଗୁଡିକ ଭିତରେ ୫୫୧ ଟଙ୍କିଆ ପ୍ଲାନ ହେଉଛି ଡାଟା ୟୁଜରଙ୍କ ପାଇଁ ସବୁଠୁ ବେଷ୍ଟ ପ୍ଲାନ । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିବ । ଅବଶ୍ୟ ଗ୍ରାହକଙ୍କୁ ଏସଏମଏସ ଓ କଲିଙ୍ଗ ସୁବିଧା ମିଳିପାରିବ ନାହିଁ । ଯଦି ଆପଣ ଇଣ୍ଟରନେଟ ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ପ୍ଲାନଟି ନିଶ୍ଚିତ ରୂପେ ସର୍ବୋତ୍ତମ ହେବ ।

new two

BSNLର ୫୫୧ ଟଙ୍କିଆ ପ୍ଲାନ:

ବିଏସଏନଏଲର ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିବା ସହ ବୈଧତା ରହିବ ୯୦ ଦିନ । କମ୍ପାନୀର ଏହି ପ୍ଲାନ ବିଷୟରେ କମ୍ପାନୀର ଅଫିସିଆଲ ୱେବସାଇଟରେ ଉପଲବ୍ଧ ଅଛି । ଏହାବାଦ ଗ୍ରାହକ ମାନେ ଏହି ପ୍ଲାନକୁ ଥାର୍ଡ ପାର୍ଟି ଆପ ପେଟିଏମ ବା ଫୋନ ପେ ସହାୟତାରେ ବି ରିଚାର୍ଜ କରି ପାରିବେ ।

BSNLର ୧,୯୯୯ ଟଙ୍କିଆ ପ୍ଲାନ:

ବିଏସଏନଏଲ ଗ୍ରାହକ ମାନଙ୍କୁ ଏହି ପ୍ଲାନରେ ପ୍ରତିଦିନ ୮୦ କେବିପିଏସ ସ୍ପିଡ଼ ରେ ୩ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ମିଳିବ । ଏହାସହ କୌଣସି ନେଟୱର୍କକୁ କଳିଙ୍ଗ ପାଇଁ କମ୍ପାନୀ ତରଫରୁ ୨୫୦ ମିନିଟର ସମୟ ବି ମିଳିପାରୁଛି । ଏହି ପ୍ୟାକର ସମୟ ସୀମା ୩୬୫ ଦିନ ପର୍ଯ୍ୟନ୍ତ ରହିବ ।

 

new three

BSNLର ୧,୬୯୯ ଟଙ୍କିଆ ପ୍ଲାନ:

ଉପଭୋକ୍ତାଙ୍କୁ ଏହି ପ୍ୟାକରେ ପ୍ରତିଦିନ ୩ ଜିବି ଡାଟା ସହ ୧୦୦ ଏସଏମଏସ ସୁବିଧା ମିଳିପାରିବ । କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ପାଇଁ ୨୫୦ ମିନିଟର ସମୟ ମିଳିବ ।

BSNLର ୧୦୯ ଟଙ୍କିଆ ପ୍ଲାନ:

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୫ ଜିବି ଡାଟା ସୁବିଧା ସହ ୨୫୦ ମିନିଟ ପର୍ଯ୍ୟନ୍ତର ଡାଟା ସୁବିଧା ମିଳିବ । ଏହି ପ୍ଲାନର ବୈଧତା ୯୦ ଦିନ ପର୍ଯ୍ୟନ୍ତ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.