ଏଥର ‘ଲିଙ୍ଗଗତ ସମାନତା’ ଉପରେ ରହିବ ଫୋକସ୍‌, ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳିବ ଆନ୍ତର୍ଜାତିକ ମହିଳା ଦିବସ

ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳିବ ‘ଆନ୍ତର୍ଜାତିକ ମହିଳା ଦିବସ’। ଏଥିପାଇଁ ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଙ୍ଗଠନ, ସମସ୍ତେ ପ୍ରସ୍ତୁତି କାଯ୍ୟର୍ରେ ଲାଗିପଡ଼ିଛନ୍ତି। ଏହିଦିନ ସଚେତନତା ଅଭିଯାନକୁ ଜୋର୍‌ଦାର କରିବା ପାଇଁ ସବୁଠି ଚାଲିବ ସଭା, ସମିତି। କେତେକ ଜାଗାରେ ଅନ୍ୟ ପାଇଁ ଉଦାହରଣ ସାଜିଥିବା ମହିଳାଙ୍କୁ କରାଯିବ ସମ୍ମାନିତ। ତର୍କ, ବିତର୍କରେ ମଞ୍ଚ କମ୍ପିଉଠିବ। ତେବେ ଚଳିତବର୍ଷ ଆନ୍ତର୍ଜାତିକ ମହିଳା ଦିବସର ପ୍ରସଙ୍ଗ ରହିଛି ‘ମୁଁ ଲିଙ୍ଗଗତ ସମାନତା, ମହିଳାଙ୍କ ଅଧିକାରକୁ ଅନୁଭବ କରୁଛି’। ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ମହିଳାମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ, ଯାହାକୁ ‘ଜେନେରେଶନ ଇକ୍ୱାଲିଟି’ ସହିତ ଯୋଡ଼ାଯାଇଛି।

m2

m5

m1

‘ମୁଁ ଲିଙ୍ଗଗତ ସମାନତା, ମହିଳାଙ୍କ ଅଧିକାରକୁ ଅନୁଭବ କରୁଛି’ ଥିମ୍‌ର ଉଦ୍ଦେଶ୍ୟ ହେଲା, ଆପଣ ଏମିତି ଏକ ବିଶ୍ୱର କଳ୍ପନା କରନ୍ତୁ, ଯେଉଁଠି ସମସ୍ତ ଲୋକଙ୍କୁ ସମାନ ଅଧିକାର ଏବଂ ଅବସର ମିଳୁ। ବିଳମ୍ବିତ ରାତିରେ ଯୁବତୀ ଓ ମହିଳାମାନେ ଘରକୁ ଫେରିବାରେ କୌଣସି ଡର ନ ରହୁ। ସେମାନେ ଯେପରି ପୁରୁଷଙ୍କ ମର୍ଦ୍ଦାନୀରେ ଫସି ନ ଯାଆନ୍ତୁ। ପୁରୁଷ ଏବଂ ମହିଳାଙ୍କୁ ସମାନ ମୂଲ୍ୟର କାମ ପାଇଁ ସମାନ ଦରମା ମିଳୁ। ଏମିତି ବିଶ୍ୱରେ ଲିଙ୍ଗଗତ ସମାନତା ଆଦର୍ଶ ଅଟେ।

 

m3

m77

ରାଜନୈତିକ ନେତୃତ୍ୱ, କର୍ପୋରେଟ୍‌ ବୋର୍ଡରୁମ୍‌ ଏବଂ କାରଖାନା କ୍ଷେତ୍ରରେ ସମାନତାର କଳ୍ପନା କରନ୍ତୁ। ଗାଁରୁ ସହର ପଯ୍ୟର୍ନ୍ତ, ସବୁଠି ମହିଳାମାନଙ୍କର ସମାନ ଭୂମିକା ରହୁ। ବିଶ୍ୱ ଏବେ ଏକ ସମାନ ଭବିଷ୍ୟ ଚାହୁଁଛି।

m4

m99

ତେବେ ଚଳିତବର୍ଷ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସରେ ଆପଣ ମଧ୍ୟ ସାମିଲ ହୋଇ ‘ଲିଙ୍ଗଗତ ସମାନତା’କୁ ଗୁରୁତ୍ୱ ଦିଅନ୍ତୁ। ସବୁ କ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କ ସମାନ ଅଧିକାରକୁ ନିଜେ ହିଁ ଅନୁଭବ କରନ୍ତୁ। ଆସନ୍ତୁ ନଜର ପକାଇବା #GenerationEquality ଉପରେ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା କେତେକ ପୋଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.