Below header

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରଣଦୀପ ହୁଦା, ଅତିଶୀଘ୍ର ହେବ ବଡ଼ ଧରଣର ସର୍ଜରୀ 

ବଲିଉଡ ଅଭିନେତା ରଣଦୀପ ହୁଦା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଖବର ଅନୁଯାୟୀ ରଣଦୀପ ତାଙ୍କର ଗୋଟିଏ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ବୁଧବାର ସକାଳେ ରଣଦୀପ ହୁଦାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯଦିଓ କାହିଁକି ଏବଂ କେବେ ରଣଦୀପ ହୁଦାଙ୍କର ଏହି ଅସ୍ତ୍ରୋପଚାର ହେବ ସେ ବିଷୟରେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।  ଡାକ୍ତରଖାନାରେ ପହଞ୍ଚିବା ପରେ ରଣଦୀପଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ସକାଳେ ରଣଦୀପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ତାଙ୍କର ଏକ ବଡ ଧରଣର ଅସ୍ତ୍ରୋପଚାର କରାଯିବ ।

 

View this post on Instagram

 

#throwbackthursday

A post shared by Randeep Hooda (@randeephooda) on


44 ବର୍ଷୀୟ ରଣଦୀପ ହୁଦା ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ।  ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ।  କିଛି ଦିନ ପୂର୍ବରୁ ରଣଦୀପ ନେଟଫ୍ଲିକ୍ସ ଫିଲ୍ମ ‘ଏକ୍ସଟ୍ରାକସନ୍’ରେ ଅଭିନୟ କରିଥିଲେ ।  ଏହି ଆକ୍ସନ୍ ଫିଲ୍ମରେ ଓଲିଉଡ୍ ତାରକା କ୍ରିସ୍ ହେମସୱର୍ଥ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.