Below header

ଭଞ୍ଜନଗର : ରଞ୍ଜନର ମୃତ୍ୟୁ ପାଇଁ ସାଙ୍ଗମାନଙ୍କୁ ବି ଦାୟୀ କଲେ ପରିବାର ଲୋକେ

ଭଞ୍ଜନଗର : ପରିବାରର ଏକମାତ୍ର ରୋଜଗାରିଆ ପୁଅ ରଞ୍ଜନ ନାହାକଙ୍କ ମୃତ୍ୟୁ ପାଇଁ କେବଳ ତାକୁ ମାରିଥିବା ବ୍ୟକ୍ତି ନୁହନ୍ତି ତାଙ୍କ ସାଙ୍ଗମାନେ ମଧ୍ୟ ସମାନ ପରିମାଣରେ ଦାୟୀ । ଏଭଳି ଅଭିଯୋଗ କରିଛନ୍ତି ରଞ୍ଜନଙ୍କ ପରିବାର ଲୋକେ ।
ସେନା ବିଭାଗରେ କାର‌୍ୟ୍ୟ କରୁଥିବା ରଞ୍ଜନ ନାହାକଙ୍କୁଗତ ୧୯ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ମାରି ଦିଆଗଲା । ହେଲେ ତାଙ୍କୁ ମାରିଥିବା ଲୋକେ ଯେତିକି ଦୋଷୀ ତାଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇଥିବା ସାଙ୍ଗମାନେ ମଧ୍ୟ ସେତିକି ଦୋଷୀ । କାରଣ ସେମାନଙ୍କ ଯୋଗୁ ହିଁ ପୁଅର ଅକାଳ ମୃତ୍ୟୁ ହେଲା । ସେମାନଙ୍କୁ ମଧ୍ୟ ଦଣ୍ଡ ମିଳୁ । ଇଏ ହେଉଛି ରଞ୍ଜନଙ୍କ ପରିବାର ଲୋକଙ୍କ ଦାବି ।

BHANJANAGAR MURDER-3

ସେନାରେ ଚାକିରି କରୁଥିବା ରଞ୍ଜନ ମାସେ ଛୁଟି ନେଇ ଆସିଥିଲେ ଗାଁକୁ । ଗଞ୍ଜାମ ଜିଲ୍ଲା ସାହାସପୁର ଗାଁର ରଞ୍ଜନ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ତାଙ୍କର ଛୁଟି ସରି ଆସୁଥିଲା । ସେ ଅଗଷ୍ଟ ୨୫ ତାରିଖରେ ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥାନ୍ତେ । ହେଲେ ଗତ ୧୯ ତାରିଖ ଦିନ ଘଟିଲା ଅଘଟଣ । ସାଙ୍ଗମାନଙ୍କ ସହିତ ପାଖ ଗାଁ ବାଡୁଳାକୁ ଯାଇଥିଲେ ରଞ୍ଜନ । ସେଠାରେ ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ଏବଂ ପରେ ଗଣ୍ଡଗୋଳ ହେଲା । ଗାଁ ଲୋକେ ସଂଘବଦ୍ଧ ହୋଇ ଏମାନଙ୍କୁ ଆକ୍ରମଣ କଲେ । ଗାଁ ଦାଣ୍ଡରେ ଚାଲିଲା ଖଣ୍ଡଯୁଦ୍ଧ । ଯିଏ ଯୁଆଡ଼େ ପାରିଲେ ପଳାଇଗଲେ । ହେଲେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ରଞ୍ଜନ । ସେମାନଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ଆହତ ହେଲେ । ଆସିକା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚାଲିଗଲା ରଞ୍ଜନଙ୍କ ଜୀବନ । ପୁଅ ବଦଳରେ ଘରକୁ ଫେରିଲା ପୁଅର ଶବ ।

BHANJANAGAR MURDER-1

ଗାଙ୍ଗପୁର ଥାନା ପୋଲିସ୍ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି । ତଦନ୍ତ ବି ଚାଲିଛି । ହେଲେ ଯେଉଁ ସାଙ୍ଗମାନେ ରଞ୍ଜନଙ୍କୁ ସେଠାକୁ ନେଇ ଯାଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.