Below header

ରାନୁ ମଣ୍ଡଳଙ୍କ ନୂଆ ଅନ୍ଦାଜ୍, ନିଜର ତୃତୀୟ ବଲିଉଡ୍ ଗୀତରେ ଦେଖାଇଲେ ଜଲୱା !

ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ମଣ୍ଡଳ ନିଜର ଏକ ଭିଡିଓ ପାଇଁ ରାତାରାତି ବନିଯାଇଥିଲେ ସୁପରଷ୍ଟାର। ରାନୁ ରାଣାଘାଟ ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ଆଜି ନିଜର ଟ୍ଯାଲେଣ୍ଟ ପାଇଁ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ।ଆଜି ନିଜର ସ୍ବର ପାଇଁ ରାନୁ ମଣ୍ଡଳ ବଲିଉଡରେ ଏଂଟ୍ରୀ କରିବାରେ ସଫଳ ହୋଇଛନ୍ତି ।

ଇଣ୍ଟରନେଟରେ ଛାଇଯାଇଥିବା ରାନୁ ମଣ୍ଡଳ ଏବେ ବଲିଉଡରେ ଗୋଟିଏ ପରେ ଗୋଟିଏ ମ୍ୟୁଜିକ କମ୍ପୋଜ୍ ଗାଇ ବାର ଅଫର ମିଳୁଛି। ଏବେ ରାନୁ ହିମେଶ ରେସମିୟାଙ୍କ ସହିତ ନିଜ ପ୍ରୋଜେକ୍ଟ ପୂରା କରୁଛନ୍ତି। ହିମେଶ ପ୍ରଥମେ ରାନୁଙ୍କର ‘ତେରୀ ମେରୀ କାହାନୀ’ ଗୀତକୁ ନିଜ ଇନଷ୍ଟଗ୍ରାମରେ ସେୟାର କରିଥିଲେ ଯାହା ଦଶର୍କଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା। ଏହାପରେ ରାନୁଙ୍କର ଦ୍ବିତୀୟ ଗୀତ ‘ଆଦତ’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ବର୍ତ୍ତମାନ ରାନୁଙ୍କର ତୃତୀୟ ଗୀତ ମଧ୍ୟ ସାମ୍ନାକୁ ଆସିଯାଇଛି।

ranuଏହି ତ୍ରୁତୀୟ ଗୀତର ଭିଡିଓ ହିମେଶ ରେସମିୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ନୂଆ ଗୀତରେ ସବୁଠାରୁ ଖାସ୍ କଥା ହେଉଛି ରାନୁଙ୍କର ଅନ୍ଦାଜ୍। ଏଥର ରାନୁ ଅଧିକ ଆତ୍ମବିଶ୍ବାସ ସହିତ ଗୀତ ଗାଉଥିବା ନଜର ଆସୁଛନ୍ତି। ରାନୁ ଏହି ଗୀତକୁ ବହୁତ ଏଞ୍ଜୟ କରି ଗାଉଛନ୍ତି।

ଏହା ସହ ପଢ଼ନ୍ତୁ : ରେଲୱେ ଷ୍ଟେସନରୁ ବଲିଉଡ, ଧୀରେ ଧୀରେ ଜମୁଛି ରାନୁଙ୍କ ପାଦ; ହିମେଶଙ୍କ ସହ ରିଲିଜ ହେଲା ତାଙ୍କର ଦ୍ଵିତୀୟ ଗୀତ

ଏହି ଗୀତ ୧୩ ବର୍ଷ ପୁରୁଣା ଅର୍ଥାତ ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ’୩୬ ଚାଇନା ଟାଉନ’ର ଗୀତ ‘ଆଶିକି ର୍ମେଁ ତେରୀ’ର ରିମେକ। ଏହି ଗୀତର ଲାଟେଷ୍ଟ ଭିଡିଓରେ ରାନୁ ବହୁତ ଖୁସି ଏବଂ ଗୀତକୁ ଉପଭୋଗ କରି ଗାଉଥିବାର ନଜର ଆସୁଛନ୍ତି। ସେହିପରି ବ୍ୟାକଗ୍ରାଉଣ୍ଡରେ ‘ଆଶିକି ମେ ତେରୀ’ର ମ୍ୟୁଜିକ ପ୍ଲେ ହେଉଛି। ରାନୁଙ୍କର ଏହି ଭିଡିଓକୁ ମଧ୍ୟ ଦର୍ଶକ ବହୁତ ପିସନ୍ଦ କରୁଛନ୍ତି।

ranu-mondal୧୬ ଘଣ୍ଟାରେ ଏହି ଭିଡିଓକୁ ୨ ଲକ୍ଷ ଲୋକରୁ ଅଧିକ ଲୋକ ଦେଖିସାରିଲେଣୀ। ଫ୍ୟାନ୍ସ ହିମେଶଙ୍କୁ ପ୍ରସଂଶା କରି କହୁଛନ୍ତି ‘ଆପଣ ଏକ ବହୁତ ମହାନ କାମ କରୁଛନ୍ତି।’ ନିକଟରେ ରାନୁ କହିଛନ୍ତି ‘ବାରମ୍ବାର ଉଡାଜାହାଜରେ ମୋ ଘରୁ ମୁମ୍ବାଇ ଆସିବା ବହୁତ କଷ୍ଟ ହେଉଛି, ଏଥିପାଇଁ ମୁଁ ମୁମ୍ବାଇରେ ନିଜ ଘର ନେବା ପାଇଁ ଚାହୁଁଛି। ହିମେଶ ରେସମିୟାଙ୍କ ସହିତ ଦୁଇଟି ଗୀତ ଗାଇ ସାରିଛି। ମୁଁ ମୁମ୍ବାଇରେ ରହିବାକୁ ଚାହୁଁଛି।’

ଦେଖନ୍ତୁ ଏହି ରାନୁଙ୍କର ତୃତୀୟ ବଲିଉଡ୍ ସଙ୍ଗ ଭିଡିଓ

ଦେଖନ୍ତୁ ରାନୁଙ୍କର ଦ୍ବିତୀୟ ବଲିଉଡ୍ ସଙ୍ଗ

ଦେଖନ୍ତୁ ରାନୁଙ୍କର ପ୍ରଥମ ବଲିଉଡ୍ ଗୀତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.