Below header

ରାନୁ ମଣ୍ଡଳଙ୍କର ଗୀତ ଗାଇ ଟ୍ରୋଲ ହେଲେ ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜରିଓ୍ଵାଲ, ଦେଖନ୍ତୁ ଏହି ନୂଆ ଭିଡିଓ

ରେଲେଓ୍ଵ ଷ୍ଟେସନରୁ ବଲିଉଡର ସିଙ୍ଗର ହୋଇଥିବା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ସୋସିଆଲ ମିଡିଆରେ ଛାଇ ଯାଇଛି। ଟିକଟକର ଜମାନାରେ କୌଣସି ଗୀତ ଏବଂ ଡାଇଲଗ୍‌ ଭାଇରାଲ ହେବାଂ ମାତ୍ରକେ ଲୋମାନେ ସେଥିରେ ନିଜର ଭର୍ସନ କରିଦେଉଛନ୍ତି। ରାନୁଙ୍କର ପ୍ରଥମ ଗୀତକୁ ନେଇ ଅନେକ ୟୁଜର୍ସ ନିଜର ଭିଡିଓ ବନାଇସାରିଲେଣି। କିନ୍ତୁ ଏହିସବୁ ଭିତରେ କେହି ଜଣେ ‘ତେରୀ ମେରୀ କାହାନୀ’ ଗୀତରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଫିଟ କରିଦେଇଛନ୍ତି। ଏହାକୁ ନେଇ ନିର୍ମିତ ହୋଇଥିବା ନୂଆ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେଉଛି।

ନିଶ୍ଚିତ ପଢନ୍ତୁ : ଜାଣନ୍ତୁ ରାନୁ ମଣ୍ଡଳଙ୍କର ବୈବାହିକ ଜୀବନ ଏବଂ କିଛି ଅଜଣା କଥା ସମ୍ପର୍କରେ

ଏହି ଭିଡିଓରେ ମମତାଙ୍କର କିଛି ପୁରୁଣା ଭିଡିଓ ଏବଂ କେଜରିଓ୍ଵାଲଙ୍କର ମଧ୍ୟ କିଛି ପୁରୁଣା ଭିଡିଓକୁ ଏମିତି ଫିଟ୍‌ କରାଯାଇଛି ଯେ ଯେମିତି ନିଜେ ମମତା ଏବଂ କେଜରିଓ୍ଵାଲ ସେହି ଗୀତକୁ ଗାଉଛନ୍ତି। ସୂଚନା ଅନୁଯାୟୀ ଏହି ଗୀତକୁ ନେଇ ଏହି ଦୁଇ ରାଜନେତାଙ୍କର କୌଣସି ଲେନା ଦେନା ନାହିଁ। ଏହା କିଛି ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ କାରନାମା।

arvindରାନୁ ମଣ୍ଡଳଙ୍କ ଗୀତ ଗାଇବାର କୌଣସି ରାଜନୈତିକ କନେକସନ ନାହିଁ କିନ୍ତୁ ଏବେ ମମତା ଏବଂ କେଜରିଓ୍ଵାଲଙ୍କ ଭିଡିଓ ଆସିବା ପରେ ଅନେକ ଲୋକ ଏହାକୁ ସେୟାର କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲୋକଙ୍କ ଘର ପର୍ଯ୍ୟନ୍ତ ପହଁଚିଥିବା ସବୁଠାରୁ ବଡ ହସ୍ତୀ ହେଉଛଦନ୍ତି ରାନୁ ମଣ୍ଡଳ। ପଶ୍ଚିମବଙ୍ଗର ରାଣାଘାଟ ରେଲେଓ୍ଵ ଷ୍ଟେସନରେ ନିଜର ଭରଣ ପୋଷଣ କରୁଥିଲେ। ତାଙ୍କ ପାଖରେ ରୋଜଗାରର କୌଣସି ଜରିଆ ନଥିଲା। ତାଙ୍କ ପରିବାରରେ ତାଙ୍କ ଝିଅ ଛଡା କେହିନାହାନ୍ତି। ଏକମାତ୍ର ଝିଅ ମଧ୍ୟ ତାଙ୍କୁ ବହୁତ ଦିନ ହେବ ଛାଡି ଚାଲିଯାଇଥିଲେ।

ଏହାସହ ପଢନ୍ତୁ : ରେଲୱେ ଷ୍ଟେସନରୁ ବଲିଉଡ, ଧୀରେ ଧୀରେ ଜମୁଛି ରାନୁଙ୍କ ପାଦ; ହିମେଶଙ୍କ ସହ ରିଲିଜ ହେଲା ତାଙ୍କର ଦ୍ଵିତୀୟ ଗୀତ

ନିକଟରେ ରାନୁଙ୍କର ଦ୍ୱିତୀୟ ଗୀତକୁ ହିମେସ ରେସମିଆ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ମଧ୍ୟ ରାନୁଙ୍କର ସୁରିଲା ଭଏସ ଶୁଣିବାକୁ ମିଳୁଛି। ଏହାସହିତ ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

https://www.facebook.com/privatevachan/videos/694379721082787/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.