Below header

ଫେସବୁକ୍‌ ୟୁଜର୍ସ ହୋଇଯାଆନ୍ତୁ ସାବଧାନ ! ଏବେ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଅର୍ଥ

ଆପଣ ଫେସବୁକ୍‌ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କୁ ଏଥିପାଇଁ ଏବେ ପଇସା ଦେବାକୁ ପଡିପାରେ। ପୂର୍ବରୁ ଏହା ୟୁଜର୍ସମାନଙ୍କ ପାଇଁ ବିଲକୁଲ ଫ୍ରି ଥିବା ବେଳେ ଏବେ ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।  ଆପଣମାନେ ନିଶ୍ଚିତ ଭାବେ ଫେସବୁକ୍‌ ବ୍ୟବହାର କରୁଥିବେ। ଆଜିକାଲି ଯାହା ପାଖରେ ସ୍ମାର୍ଟଫୋନ ଅଛି, ତାହା ପାଖରେ ଫେସବୁକ୍‌ ଆକାଉଣ୍ଟ ନିଶ୍ଚିତ ଭାବେ ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେସବୁକର ନାମ ପ୍ରଥମେ ଆସିଥାଏ। ଏହାକୁ ପ୍ରତି ମିନିଟରେ ୨ କୋଟିରୁ ଉର୍ଦ୍ଧ୍ୱ ଲୋକ ବ୍ୟବହାର କରିଥାନ୍ତି ଏବଂ ଦିନକୁ ଦିନ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। ଅନେକ ଥର ଯୁଜର୍ସମାନଙ୍କ ଡାଟା ଲିକ୍‌ ହେବାର ମାମଲା ମଧ୍ୟ ଶୁଣିବାକୁ ମିଳିଥିବା ସତ୍ତ୍ୱେ ମଧ୍ୟ ଫେସବୁକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଫେସବୁକର ସବୁଠାରୁ ଖାସ୍‌ କଥା ହେଲା, ଏହାର ସର୍ଭିସ ସଂପୂର୍ଣ୍ଣ ଦେୟମୁକ୍ତ ବା ଫ୍ରି। ଏଥିରେ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବହାରକାରୀଙ୍କୁ କୌଣସି ମେମ୍ବରସିପର ଡିମାଣ୍ଡ କରେନାହିଁ ଫେସବୁକ। କିନ୍ତୁ ଏବେ ଏହାକୁ ବ୍ୟବହାର କରିବା ପାଇଁ ପଇସା ଦେବାକୁ ପଡିପାରେ ବୋଲି ଖବର ମିଳିଛି।

ଫେସବୁକ୍‌ ମେନ ପେଜ୍‌ରେ ପରିବର୍ତ୍ତନ

1

ଫେସବୁକ ଆକାଉଣ୍ଟ ଖୋଲିବା ପାଇଁ ପ୍ରଥମେ ୟୁଜର୍ସ ମେନ ପେଜ୍‌ରେ ଦିଆଯାଇଥିବା ସାଇନ ଅପ୍‌ ଅପସନ ନିଶ୍ଚିତ ଦେଖିଥିବେ। କିଛି ଦିନ ପୂର୍ବରୁ ଏହି ସାଇନଅପ ଅପସନ ତଳେ ‘its free and always will be ’ ଟ୍ୟାଗ୍‌ ଲାଇନ ରହିଥିଲା। କିନ୍ତୁ ଏବେ ଏଥିରେ ନୂଆ ଟ୍ୟାଗ୍‌ଲାଇନ ଦେଖିବାକୁ ମିଳିଛି। ଯେଉଁଥିରେ ‘its quick and easy ’ ପରିବର୍ତ୍ତନ ହୋଇଥିବା ନଜର ଆସିଛି।

2

ଫେସବୁକର ଏହି ପରିବର୍ତ୍ତନ ଯୋଗୁଁ ୟୁଜର୍ସମାନେ ବହୁତ ଦ୍ୱନ୍ଦ୍ୱରେ ପଡିଛନ୍ତି। ଫେସବୁକ ଦ୍ୱାରା ହୋଇଥିବା ହଠାତ୍‌ ଏହି ପରିବର୍ତ୍ତନ ଯୋଗୁଁ କମ୍ପାନୀ ବ୍ୟବହାରୀମାନଙ୍କ ଠାରୁ ପଇସା ନେବ ବୋଲି ଆକଳନ କରାଯାଉଛି। ଏହାଛଡା ମାର୍କ ଜୁକରବର୍ଗ କମ୍ପାନୀର ବିଜନେସ ମଡେଲରେ ପରିବର୍ତ୍ତନ କରିବାକୁ ଚାହୁଥିଲେ, ସେଥିପାଇଁ ୟୁଜର୍ସମାନଙ୍କୁ ପେଡ ସବସ୍କ୍ରିପସନ ଅଫର ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.