Below header

ବଲିଉଡ ଆକ୍ଟର ରଣବୀର ସିଂହଙ୍କ କାରକୁ ପଛପଟୁ ଧକ୍କା ମାରିଲେ ବାଇକ ଆରୋହୀ, ଦେଖନ୍ତୁ କିପରି ରିଆକସନ୍‌ ଦେଲେ ଆକ୍ଟର

ବଲିଉଡ ଆକ୍ଟର ରଣବୀର ସିଂହ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେବେ ନିଜର ୟୁନିକ ଡ୍ରେସ ପାଇଁ ତ ଆଉ କେତେବେଳେ ଫନି ଭିଡିଓ ଜରିଆରେ ଫ୍ୟାନ୍ସଙ୍କ ଧ୍ୟାନକୁ ନିଜ ଆଡକୁ ଟାଣି ଆଣନ୍ତି। ରଣବୀର ସିଂହଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରଣବୀର ସିଂହ କାରକୁ ଜରେ ବାଇକ ଆରୋହୀ ଧକ୍କା ମରିଦେଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ରଣବୀର ସିଂହଙ୍କ ଏହି ଭିଡିଓ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ କାରରେ ବାଇକଟି ଧକ୍କା ମାରିବା ପରେ ରଣବୀର କାରରୁ ତଳକୁ ଓହ୍ଲାଇ କଣ ହୋଇଛି ବୋଲି ଦେଖୁଛନ୍ତି। ଏହି ସମୟରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି।

ଏହି ପୂରା ଘଟଣାର ଭିଡିଓ ଭୁମ୍ପାଲା ନିଜର ଇନଷ୍ଟାଗ୍ରାମ ଆକାଣ୍ଟରେ ସେୟାର କରିଛି। ଏହି ଭିଡିଓକୁ ସେୟାର କରି ଲେଖାଯାଇଛି ଏହି ଦୁର୍ଘଟଣା ଏକଦମ୍‌ ମାମୁଲି ଅଟେ ଏବଂ ଏଥିରେ କାହାର କିଛି କ୍ଷତି ଘଟିନାହିଁ।

video courtesy : Bollywood Now

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.