ବିରାଟ କୋହଲି କରନ୍ତି ଅନ୍ଧବିଶ୍ୱାସରେ ବିଶ୍ୱାସ, ଲାଇଭ ଚାଟ୍‌ରେ ବିରାଟ ଖୋଲିଲେ ନିଜ ବ୍ୟାଟିଂର ରାଜ୍‌

ଗାଁ ଗହଳି ଲୋକ କିମ୍ବା ଆଦିବାସୀ ଅଞ୍ଚଳର ଲୋକ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରନ୍ତି, ଏହା ହୁଏତ ଆପଣମାନେ ନିଶ୍ଚିତ ଜାଣିଥିବେ। କିନ୍ତୁ ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ କି, ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ଅନ୍ଧିବିଶ୍ୱାସକୁ ବିଶ୍ୱାସ କରନ୍ତି। ଏହା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କୋହଲି ଇନଷ୍ଟାଗ୍ରାମ୍ ଲାଇଭ୍ ଚାଟ୍ରେ ମାଞ୍ଚେଷ୍ଟର ସିଟି କୋଚ୍ ପେପ୍ ଗ୍ୱାର୍ଡିଓଲୋଙ୍କ ସହ ଆଲୋଚନା ବେଳେ ଏବିଷୟରେ କହିଛନ୍ତି।

କୋହଲି କହିଛନ୍ତି, ମୁଁ ଧଳା ଜୋତା ପିନ୍ଧି ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରିଥାଏ । ଏହା ମୋର ଏକ ଅନ୍ଧବିଶ୍ୱାସ । ମୁଁ ଯେତେବେଳେ ବ୍ୟାଟିଂ କରୁଥାଏ ସେତେବେଳେ ଏହା (ଧଳା ଜୋତା) ମୋର ଜୋନ୍ ହୋଇଥାଏ ଏବଂ ଉକ୍ତ ସମୟରେ ସବୁଠୁ ପାଖାପାଖି ଥାଏ ।’

 

View this post on Instagram

 

In conversation with @Pepteam, all thanks to @PumaIndia 🙌🏼

A post shared by Virat Kohli (@virat.kohli) on

ସେହିପରି କୋହଲି ମଧ୍ୟ ପେପ୍ଙ୍କୁ ନିଜ ଜୋତାର ରଙ୍ଗ ବିଷୟରେ ପଚାରିବାକୁ ଭୁଲି ନଥିଲେ। ପେପ୍ ଉତ୍ତର ଦେଇ କହିଥିଲେ, ମୁଁ ଯେତେବେଳେ ଖେଳୁଥିଲି, ସେତେବେଳେ କଳା ଜୋତା ପିନ୍ଧିବାକୁ ପସନ୍ଦ କରୁଥିଲି। କିନ୍ତୁ ଏବେ କଳା ଜୋତା ପିନ୍ଧିବାକୁ ଅଡ଼ୁଆ ଲାଗୁଛୁ । ଦିନେ ମ୍ୟାଚ୍ ପୂର୍ବରୁ ମୁଁ ଲାଲ୍ ଜୋତା ପିନ୍ଧିଥିଲି, କିନ୍ତୁ ମୋ ମ୍ୟାନେଜର ଜୋହାନ କ୍ରୁଫ୍ ଏହାକୁ ବଦଳାଇ କଳା ଜୋତା ପିନ୍ଧିବାକୁ କହିଥିଲେ ।’ କରୋନ ସମୟରେ ଫୁଟବଲ ମ୍ୟାଚ୍କୁ ନେଇ ପେପ୍ ନିଜ ମତାମତ ରଖିଥିଲେ । ସେ କହିଥିଲେ, ଦର୍ଶକଙ୍କ ବିନା ମ୍ୟାଚ୍ ମଜା ଲାଗିନଥାଏ । ଏହାଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସଦୃଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.