ଆଜିଠାରୁ ଆରମ୍ଭ ହେବ Samsung Galaxy F41 ର ପ୍ରଥମ ସେଲ୍‌, ମିଳିବ ୧,୫୦୦ଟଙ୍କା ଡିସକାଉଣ୍ଟ

ସାମସଙ୍ଗର ଅଫ୍‌ ସିଜିନ୍‌ ପୂର୍ବରୁ ସ୍ମାର୍ଟଫୋନ Samsung Galaxy F41 ର ଆଜି ଅର୍ଥାତ ୧୬ ଅକ୍ଟୋବରରୁ ପ୍ରଥମ ସେଲ୍‌ ଆରମ୍ଭ ହୋଇଛି। Samsung Galaxy F41 ଫୋନ ଆଜି ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ ଡେ’ ସେଲରେ କିଣିପାରିବେ। ଏହି ଫୋନରେ ଟ୍ରିପଲ କ୍ୟାମେରା ରହିବା ସହ ୬୪ ମେଗାପିକ୍ସଲର ପ୍ରାଇମେରି ଲେନ୍ସ ରହିଛି। ଏହାବ୍ୟତୀତ ଫୋନରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି । ଫ୍ଲିପକାର୍ଟର ଏହି ସେଲ୍‌ ରେ ଆପଣ Samsung Galaxy F41 ଫୋନ ୧,୫୦୦ଟଙ୍କା ଶସ୍ତାରେ କିଣିପାରିବେ।

Samsung Galaxy F41 ଫୋନର ୬ ଜିବି ରମ ଏବଂ ୬୪ ଜିବି ଷ୍ଟୋରେଜ୍‌ ଓ୍ଵାରିୟଣ୍ଟର ଦାମ୍‌ ୧୬,୯୯୯ ଟଙ୍କା ରହିଛି। ସେହିଭଳି ୬ ଜବିି ରମ ସହ ୧୨୮ ଜିବି ଷ୍ଟୋରେଜ୍‌ ର ଦାମ୍‌ ୧୭,୯୯୯ ଟଙ୍କା ରହିଛି। ଏହି ଫୋନ ୩ଟି କଲର୍‌ ସହ ମାର୍କେଟରେ ଲଞ୍ଚ ହୋଇଛି। ସୂଚନା ମୁତାବକ ଫୋନରେ ୧,୫୦୦ଟଙ୍କା ହ୍ରାସ୍‌ ପାଇବା ପରେ ୧୫,୪୯୯ଟଙ୍କାରେ କିଣିପାରିବେ।

samsung1ଏହି ଫୋନରେ ୨ଟି ସିମ୍‌ ସପୋର୍ଟ ସହ ଆଣ୍ଡ୍ରୋଏଡ୍‌ ୧୦ ଆଧାରିତ One UI Core ଦିଆଯାଇଛି। ଏଥିରେ ୬.୪ ଇଞ୍ଚର ଫୁଲ ଏଚଡି ପ୍ଲସ୍‌ ସୁପର ଏମୋଲେଡ ଡିସପ୍ଲେ ରହିଛି। ଫୋନରେ Exynos 9611 ପ୍ରୋସେସର, ୬ ଜିବି ରମ ଏବଂ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ରହିଛି।
Galaxy F41 ରେ ଟ୍ରିପଲ୍‌ ରିୟର କ୍ୟାମେରା ସେଟଅପ୍‌ ରେ ମୁଖ୍ୟ କ୍ୟାମେରାରେ ୬୪ ମେଗାପିକ୍ସଲ ରହିଛି। ସେହିଭଳି ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସଲର ଅଲ୍ଟ୍ଯା ଓ୍ଵାଇଡ୍‌ ଏବଂ ତୃତୀୟ ଲେନ୍ସ ୫ ମେଗାପିକ୍ସଲର ଟେରିଟରୀ ସେଂସର ରହିଛି, ଯେଉଁଥିରେ ଲାଇଫ୍‌ ଫୋକସର ମଧ୍ୟ ସପୋର୍ଟ ରହିଛି। ଫୋନ ସହ ୪କେ ଭିଡିଓ ରେକଡିଂର ମଧ୍ୟ ସୁବିଧା ରହିଛି। ସେଲ୍ଫି ପାଇଁ ଫୋନରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି।

ସାମସଙ୍ଗର ଏହି ଫୋନରେ କନେକ୍ଟିଭିଟି ପାଇଁ 4G LTE, Wi-Fi, ବ୍ଲୁଟୁଥ୍‌5.0, ଜିପିଏସ୍‌, 3.5 ଏମଏମର ହେଡଫୋନ ଜୈକ ଏବଂ ୟୁଏସବି ଟାଇପ ସି ଚାର୍ଜିଂ ପାର୍ଟ ରହିଛି। ଫୋନର ପଛ ଭାଗରେ ଫିଙ୍ଗର ପ୍ରିଣ୍ଟ ସେଂସର ମଧ୍ୟ ରହିଛି। ଏଥିରେ 6000mAh ର ବ୍ୟାଟେରୀ ରହିଛି, ଯାହା ଫାଷ୍ଟ ଚାର୍ଜିଂ ହେବାରେ ସପୋର୍ଟ କରିବା ସହ ୧୫ ଓ୍ଵାଟର ଫାଷ୍ଟ ଚାର୍ଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.