ଦେଶରେ କମୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ରିପୋର୍ଟ ହେଲା ୬୩ ହଜାର ୩୭୧ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୭୩ ଲକ୍ଷ ପାର ହୋଇଛି । ଗୋଟେ ପଟରେ ଏହି ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଅନ୍ୟପଟରେ ଆଶ୍ବସ୍ତିକର ବିଷୟ ଯେ ଦୈନିକ ସଂକ୍ରମିତ ସଂଖ୍ୟାରେ କିଛିଟା କମିଥିବା ଲକ୍ଷ କରାଯାଇଛି । ଗୁରୁବାର ତୁଳନାରେ ଶୁକ୍ରବାର କରୋନା ସଂକ୍ରମିତ ସଂଖ୍ୟା କିଛିଟା କମିଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୩ ହଜାର ୩୭୧ ନୂଆ ପଜିଟିଭ ଚିନ୍ହଟ ହୋଇଥିବା ବେଳେ ୮୯୫
ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥ ସଂଖ୍ୟା ୬୪ ଲକ୍ଷ ପାର ହୋଇଛି । ଏଯାବତ ଦେଶରେ ୭୩ ଲକ୍ଷ ୭୦ ହଜାର ୪୬୯ ଜଣଙ୍କ ଉପରେ କରୋନା ନିଜ କାୟା ବିସ୍ତାର କରିସାରିଥିବା ବେଳେ ଏମଧ୍ୟରୁ ୮ ଲକ୍ଷ ୪ ହଜାର ୫୨୮ଟି ସକ୍ରିୟ ମାମଲା ରହିଛି । ଏକ ଲକ୍ଷ ୧୨ ହଜାର ୧୬୧ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୬୪ ଲକ୍ଷ ୫୩ ହଜାର ୭୮୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ ଧୀରେ ଧୀରେ କମି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.