କୋମଲିକାଙ୍କ ସହ ବାଜିରାଓ : ଡ୍ରେସ ସମ୍ଭାଳି ନପାରିବାରୁ ହିନାଙ୍କ ହାତ ଧରିଲେ ରଣବୀର

ମୁମ୍ବାଇ : ଟେଲିଭିଜନ ଅଭିନେତ୍ରୀ ହିନା ଖାନା ନିକଟରେ ଏକ ଇଭେଣ୍ଟରେ ସାମିଲ ହେବା ପାଇଁ ପହଞ୍ଚିଥିଲେ। ଏହି ଇଭେଣ୍ଟରେ ହିନାଙ୍କୁ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା। ତେବେ ଏହି ସମୟର କିଛି ଫଟୋ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଖାଲି ତାହା ନୁହଁ ଏଠାରେ ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ ମଧ୍ୟ ସେ ଉଲ୍ଳେଖ କରିଛନ୍ତି। ଯାହା ବିଷୟରେ ଏବେ ମିଡ଼ିଆରେ ବହୁତ ଚର୍ଚ୍ଚା ଚାଲିଛି।

hina_khan

ଘଟଣା ଅନୁଯାୟୀ, ଅଭିନେତ୍ରୀ ହିନା ଯେତେବେଳେ ଆୱାର୍ଡ଼ ନେଇ ଷ୍ଟେଜରୁ ତଳକୁ ଆସିଥିଲେ ସେତେବେଳେ ତାଙ୍କ ଡ୍ରେସ ପାଇଁ ତାଙ୍କୁ ଓହ୍ଲାଇବାକୁ ଅସୁବିଧା ହୋଇଥିଲା। ସେଠାରେ ଜଣେ ଜେଷ୍ଟଲମ୍ୟାନ ଭାବେ ଅଭିନେତା ରଣବୀର ସିଂ ଆସି ହିନାଙ୍କ ହାତ ଧରି ତାଙ୍କୁ ତଳକୁ ଓହ୍ଲାଇବାକୁ ସାହାଯ୍ୟ କରିଥିଲେ। ଏହି ବେଳର ଫଟୋକୁ ଦେଖିବା ପରେ ଖାଲି ଯେ ଫ୍ୟାନ୍ସ ନୁହଁ ବରଂ ହିନା ଖାନ ମଧ୍ୟ ରଣବୀର ସିଂଙ୍କର ଅନେକ ପ୍ରଶଂସା କରିଛନ୍ତି।


ହିନା ଫ୍ୟାନ୍ସଙ୍କ କମେଣ୍ଟରେ ରିପ୍ଲାଏ ଦେବାକୁ ଯାଇ କହିଛନ୍ତି , ଏହା ବାସ୍ତବରେ ଏକ Awww…. ମୂହୂର୍ତ୍ତ ରହିଥିଲା। ବାସ୍ତବରେ ରଣବୀର ଜଣେ ଜେଣ୍ଟଲମ୍ୟାନ। ଏଥିସହ ରଣବୀରଙ୍କ ଆଗାମୀ ଫିଲ୍ମ ସିମ୍ବା ପାଇଁ ସେ ଅନେକ ଶୁଭକାମନା ଜଣାଇଛନ୍ତି।
ତେବେ ଆପଣଙ୍କ ଜଣାଇବାକୁ ଚାହିଁବୁ ହିନା ଏବେ ତାଙ୍କର ଡ଼େବ୍ୟୁ ଫିଲ୍ମ ଲାଇନ୍ସରେ ବ୍ୟସ୍ତ ରହିଥିବା ବେଳେ ରଣବୀର ସିମ୍ବାର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ହିନା କିଛି ଦିନ ପୂର୍ବେ ଏକତା କପୁରଙ୍କ କସୋଟୀରେ ଭିଲେୟାନ୍ ଭୂମିକା କମୋଲିକା ଭାବେ ନଜର ଆସିଥିବା ବେଳେ ଏବେ ସେହି ପ୍ରୋଜେକ୍ଟକୁ ଛାଡ଼ି ଦେଇଥିବା ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.