Below header

ଚକ୍ରବ୍ୟୁହରେ ଫସିଲେ ରିୟା ଚକ୍ରବର୍ତ୍ତୀ, ମୋବାଇଲ ଚାଟ୍‌ରୁ ଜଣାପଡ଼ିଲା ଡ୍ରଗ୍ସ କିଣାବିକାରେ ବି ସାମିଲ ଥିଲେ ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକବର୍ତ୍ତୀ ଧୀରେ ଧୀରେ ଚକ୍ରବ୍ୟୁହ ଭିତରକୁ ପଶି ପଶି ଚାଲିଛନ୍ତି। ମାମଲାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତକାଲି ବିଳମ୍ବିତ ରାତିରେ ରିୟାଙ୍କ ଭାଇ ସୌଭିକ୍‌ଙ୍କୁ ଗିରଫ କରାଯାଇଛି। ଏହା ପରେ ଏବେ ରିୟା ଚକ୍ରବର୍ତ୍ତୀ ନିଜ ଜାଲରେ ନିଜେ ଫସୁଥିବା ଦେଖିବାକୁ ମିଳିଛି। ଏବେ ଯାଞ୍ଚ ବେଳେ ହ୍ଵାଟ୍ସଆପ୍‌ ଚାଟ୍‌ରୁ ତାଙ୍କ ଗୁମର ଖୋଲୁଛି।

soubhik

ସିବିଆଇ PMLA ର ନିୟମାନୁସାରେ ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଡ୍ରଗ୍ସ କିଣାବିକା ତଥା ବ୍ୟବହାର କରିବାରେ ରିୟାଙ୍କର ସମ୍ପୃକ୍ତି ରହିଛି। ମାତ୍ର ନିକଟରେ ଦେଇଥିବା ଏକ ଇଣ୍ଟଭ୍ୟୁରେ ରିୟା ଏହାକୁ ପ୍ରତ୍ୟାଖାନ କରିଥିଲେ। ସେ କହିଥିଲେ ଡ୍ରଗ୍ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ସେ କେବେ ଡ୍ରଗ୍ସ ନେଇନାହାନ୍ତି।

rhea

ମାତ୍ର ରିୟାଙ୍କ ଚାଟ୍‌ରୁ ସ୍ପଷ୍ଟ ହୋଇଛି ଯେ ସେ ଡ୍ରଗ୍ସ ନେଇଛନ୍ତି ଓ କାରବାର ବି କରୁଛନ୍ତି। ଡ୍ରଗ୍ସ କାରବାର ଓ ବ୍ୟବହାର ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରପିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ, ୧୯୮୬ ଅନୁସାରେ ଏକ ଦଣ୍ଡନୀୟ ଅପରାଧ। ତେଣୁ ଆଗାମୀ ଦିନରେ ରିୟାଙ୍କ ସମସ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି। ଏବେ ଏହି ମାମଲାରେ ରିୟା ସନ୍ଦେହ ଘେରରେ ଅଛନ୍ତି। ଭାଇ ଗିରଫ ହେବା ପରେ ରିୟା ମଧ୍ୟ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.