Vivo ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏମିତି ଏକ ଫୋନ, ଯାହାର ରଙ୍ଗ ଆପେ ଆପେ ବଦଳିଯିବ

ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ମୋବାଇଲ କମ୍ପାନୀ Vivo ଏମିତି ଏକ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି ଯାହାର ବ୍ୟାକ ପ୍ୟାନେଲର ରଙ୍ଗ ଆପେ ଆପେ ବଦଳି ଯିବ । କମ୍ପାନୀ ତରଫରୁ ଏହି ଫୋନ ବାବଦରେ ଏକ ଟିଜର ମଧ୍ୟ ଜାରି କରାଯାଇଛି । ଟିଜରରେ ଜାରି ତଥ୍ୟରୁ ଜଣାଯାଇଛିକି, ଏହି ସ୍ୱତନ୍ତ୍ର ଫୋନଟିର ବ୍ୟାକ ପ୍ୟାନେଲରେ ଏକ ଇଲେକ୍ଟ୍ରୋକ୍ରମିକ ଗ୍ଲାସ ବ୍ୟବହୃତ ହୋଇଛି । ଏହା ପୂର୍ବରୁ ଭିଭୋର ପ୍ୟାରେଣ୍ଟ କମ୍ପାନୀ BBK ଇଲେକ୍ଟ୍ରୋନିକ୍ସ ଏପରି ଏକ ସ୍ୱତନ୍ତ୍ର ଫୋନ ବାବଦରେ ସୂଚନା ଦେଇଥିଲେ । ଭିଭୋର ନିଜ ଫୋନର ବ୍ୟାକ ପ୍ୟାନେଲ ରଙ୍ଗ ବଦଳାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜିର ବ୍ୟବହୃତ ହେବ । କହିରଖିବା ଉଚିତ ହେବକି, ଫୋନ ରଙ୍ଗ ବଦଳାଇବା ପାଇଁ ସାଇଡ ବଟନକୁ ଦବାଇବାକୁ ପଡିବ ।

vivo

ଆଉ ଫୋନର ରଙ୍ଗ ପର୍ଲ ହ୍ୱାଇଟରୁ ବଦଳି ଡ଼ିପ ବ୍ଲୁ ରଙ୍ଗକୁ ବଦଳି ଯିବ । One Plusର କନସେପ୍ଟ ସିଇଏସ ୨୦୨୦ରେ ଦେଖାଯାଇଥିବା ବେଳେ ଭିଭୋ ବି ସେହିଥିରୁ ପ୍ରେରିତ ହୋଇ ନିଜ ଫୋନର ଟିଜର ଜାରି କରିଛନ୍ତି । କିନ୍ତୁ ଭିଭୋ ଦ୍ୱାରା ଜାରି ହୋଇଥିବା ଟିଜରରେ ଫୋନର ନାମ ବାବଦରେ କୌଣସି ସୂଚନା ଦିଆଯାଇନାହିଁ । ଟିଜରରୁ ଜଣାଯାଇଛିକି, ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସୁବିଧା ଉପଲବ୍ଧ ହେବ । ଏହା ସହ ଡୁଆଲ ଏଲଇଡ଼ି ପ୍ଲସ ଲାଇଟ ସୁବିଧା ବି ମିଳିପାରିବ । କିନ୍ତୁ ଏହି ସ୍ପେଶାଲ ଫୋନର ଲଞ୍ଚକୁ ନେଇ କୌଣସି ପ୍ରକାର ସୂଚନା ଦିଆ ଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.