Below header

ଅଦ୍ଭୁତ ରୋଗର ଶିକାର ହେଲେ ଶାହିଦଙ୍କ ହିରୋଇନ, କିଛି ବି ମନେ ରହୁନାହିଁ

ବଲିଉଡ ଆକ୍ଟ୍ରେସ, ମଡ଼େଲ ତଥା ଟ୍ରାଭେଲ ରାଇଟର ଶାହନାଜ ଟ୍ରେଜେରି ଆଜିକା ସମୟରେ ଖୁବ ଖରାପ ସମୟ ଦେଇ ଗତି କରୁଛନ୍ତି । ଇସ୍କ ବିସ୍କ ଫେମ ଶାହନାଜ ଯଦିବା ପରଦାରୁ ନିଜକୁ ଦୁରେଇ ରଖିଛନ୍ତି । କିନ୍ତୁ ସୋସିଆଲ ମିଡ଼ିଆ ଜରିଆରେ ସେ ଫ୍ୟାନ୍ସ ମାନଙ୍କ ସହ ଏବେ ବି ଯୋଡି ହୋଇ ରହିଛନ୍ତି । ଏଇ ନିକଟରେ ନିଜ ଅଦ୍ଭୁଦ ଗମ୍ଭୀର ରୋଗ ବାବଦରେ ଏକ ଖୁଲାସା କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନେ ଶହନାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କିପରି ସେ ସୁସ୍ଥ ହୋଇଯାନ୍ତୁ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆକ୍ଟ୍ରେସଙ୍କ କହିବା ଅନୁଯାୟୀ ସେ “ପ୍ରସେପ୍ୟାଗନେସୀୟା” ନାମକ ଏକ ରୋଗରେ ପୀଡିତ ଅଛନ୍ତି ।

ଯାହା ବାବଦରେ ତାଙ୍କୁ ଏବେ ଜଣାପଡିଛି । ଶହନାଜ ନିଜର ଏହି ପୋଷ୍ଟରେ ଲେଖିଛନ୍ତିକି- ମୁଁ ଅନେକ ଦିନ ହେବ ଲଜ୍ଜା ଅନୁଭବ କରି ଆସୁଥିଲି । କାହିଁକି ନା ମୁଁ ଲୋକଙ୍କ ଚେହେରା ଚିନ୍ହି ପାରୁନଥିଲି । କେବଳ ମାତ୍ର ଲୋକଙ୍କ ସ୍ୱରରୁ ହିଁ ମୁଁ ବ୍ୟକ୍ତିଙ୍କୁ ଠାବ କରୁଥିଲି । ଅନ୍ୟ ଏକ ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତିକି ତାଙ୍କୁ ପ୍ରାୟ ୧ ମିନିଟ ପର୍ଯ୍ୟନ୍ତ ସମୟ ଲାଗିଯାଉଥିଲା କୌଣସି ବ୍ୟକ୍ତିଙ୍କୁ ଚିହିଁବା ପାଇଁ । ଏମିତିକି କେତେକ ଅତି ପ୍ରିୟ ସାଙ୍ଗଙ୍କୁ ବି ସେ ଚିହିଁପାରୁନଥିବା କହିଛନ୍ତି । ସେ ଏହା ବି କହିଛନ୍ତିକି ଯଦି ତାଙ୍କ ସାମ୍ନାରେ କେବେ ଏକା ଦେଖାଯାଉଥିବା ଭଳି ମଣିଷ ଛିଡା ଯୋଇଯାନ୍ତି ସେ ସମୟରେ ସେ କାହାକୁ ଚିନ୍ହିପାରୁନଥିବା କଥା କହିଛନ୍ତି । ପ୍ରଥମେ ପ୍ରଥମେ ତାଙ୍କୁ ଲାଗୁଥିଲାକି ସେ ଖୁବ ବୋକା । କିନ୍ତୁ ପ୍ରକୃତରେ ସେ ରୋଗରେ ପୀଡିତ ଥିବା କହିଛନ୍ତି । ଆଉ ପରେ ସେ ବୁଝି ପାରିଥିଲେଯେ କାହିଁକି ସେ ଲୋକଙ୍କ ମୁହଁକୁ ଠଉରାଇ ପାରୁନାହାନ୍ତି ।
ଶାହନାଜ ଲୋକଙ୍କୁ ଅପିଲ କରି କହିଛନ୍ତିକି ତାଙ୍କୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ । ଏସବୁ ଏକ ବିଶେଷ କାରଣରୁ ହିଁ ହେଉଥିଲା । ମାନସିକ ସ୍ତରରେ ହେଉଥିବା ବ୍ୟଥା କାରଣରୁ ହିଁ ଏସବୁ ହୋଇଥାଏ । ଏହାକୁ ଏକ ପ୍ରକାର ମାନସିକ ରୋଗ କହିଲେ ମଧ୍ୟ ଚାଲିବ । ୨୦୦୩ରେ ରିଲିଜ ହୋଇଥିବା “ଇସ୍କ -ବିସ୍କ” ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ ଜଣଙ୍କ । ଏଥିରେ ସେ ଶାହିଦଙ୍କ ବିପକ୍ଷରେ ନଜର ଆସିଥିଲେ । ଏହାବାଦ ସେ ଲଭ କା ଦ ଏଣ୍ଡ, ଡେଲ୍ଲୀ ବେଲି, ମେଁ ଔର ମିଷ୍ଟର ରାଇଟ ଆଦି ଫିଲ୍ମରେ ବି ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.