ଫ୍ଯାନରେ ଦଉଡି ଦେଇ ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୋର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ଗ୍ରାମର ଜଣେ ୨୧ ବର୍ଷର ଛାତ୍ରୀ ନିଜ ଘରେ ପ୍ଯାନ ରେ ଦଉଡି ଦେଇ ଜୀବନ ହାରିଥିବା ଖବର ସାମ୍ନାକୁ ଆସିଛି। ଘଟଣାରୁ ପ୍ରକାଶ ପାଇଛି ଯେ ସାରୁଗାଁ ଗ୍ରାମର ଦାମୋଦର ମହାପାତ୍ର ଙ୍କ ବଡ଼ ଝିଅ ସ୍ଵାଗତିକା ମହାପାତ୍ର କୌଣସି କାରଣରୁ ନିଜ ଘର ଫ୍ଯାନରେ ଦଉଡି ଲଗାଇ ପ୍ରାଣ ହାରିଛନ୍ତି । ଦାମୋଦର ଙ୍କର ୩ ଝିଅ ଥିବାବେଳେ ସାନ ଝିଅ ନିଜ ଗ୍ରାମରେ ଦଶମ ଶ୍ରେଣୀରେ ଓ ମଝିଆ ଝିଅ ଭୁବନେଶ୍ୱର ପଢ଼ୁଥିବା ବେଳେ ସ୍ଵାଗତିକା ବାଲେଶ୍ୱର fm କଲେଜ ରେ + ୩ର ତୃତୀୟ କମର୍ସ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ ।

ଗତ କାଲି ସେ ନିଜ ବାସଗୃହ ସାରୁଗାଁକୁ ଆସିଥିଲେ, ଆଜି ଘରେ କେହି ନଥିବା ସମୟରେ କୋଣସି କାରଣରୁ ଫ୍ଯାନ ରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ଵାଗତିକାଙ୍କ ବାପା ବଜାରରୁ ଘରକୁ ଯିବାପରେ ଘର ସମସ୍ତ କବାଟ ବନ୍ଦ ଥିବା ଦେଖି ଗ୍ରାମବାସୀଙ୍କୁ ଡାକି ଝିଅକୁ ଉଦ୍ଧାର କରିଥିଲେ। ପରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବାବେଳେ ଖଇରା ପୋଲିସ ସ୍ଵାଗତିକାଙ୍କ ମୋବାଇଲକୁ ସିଜ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.