ସୈଫିନାଙ୍କ ବିବାହକୁ ପୂରିଲା ୯ ବର୍ଷ, ଥ୍ରୋ-ବ୍ୟାକ ପିକ ସେୟାର କରି ସ୍ୱାମୀଙ୍କୁ ଶୁଭେଚ୍ଛା ଦେଲେ ବେବୋ

ଅଭିନେତା ସୈଫ ଅଲ୍ଲୀ ଖାନ ଓ କରିନା କପୁରଙ୍କ ବିବାହକୁ ୯ ବର୍ଷ ପୁରି ଗଲାଣି । ଉଭୟଙ୍କ ବିବାହ ୨୦୧୨ ମସିହା ଅକ୍ଟୋବର ୧୬ ତାରିଖରେ ହୋଇଥିଲା । ଦୁହେଁ ପ୍ରେମ ବିବାହ କରିଥିଲେ । ଏମାନଙ୍କର ପ୍ରଥମେ କୋର୍ଟ ମ୍ୟାରେଜ ହୋଇଥିବା ବେଳେ ପରେ ଅଳ୍ପ ସଂଖ୍ୟକ କିଛି ବନ୍ଧୁବାନ୍ଧବଙ୍କ ଗହଣରେ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ଦୁହେଁ ଚାକଚକ୍ୟ ଆଡମ୍ବର ଆଦିକୁ ପସନ୍ଦ କରୁନଥିବାରୁ ବାସ କିଛି ଲୋକଙ୍କ ଉପସ୍ଥିତିରେ ହିଁ ବିବାହ ହୋଇଥିଲା । ଶନିବାର କରିନା ବିବାହ ବାର୍ଷିକୀ ଅବସରରେ ସ୍ୱାମୀଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏହା ସହ ସ୍ୱାମୀଙ୍କୁ ଦୁନିଆର ସବୁଠୁ ହ୍ୟାଣ୍ଡସମ ପତି ବୋଲି କହି ବିବାହର ଶୁଭେଚ୍ଛା ଜଣାଇଛନ୍ତି । ଖୁବ କମ ଲୋକ ଦେଖିଥିବା ଏହି ଫଟୋଟି ଗ୍ରୀସର ହୋଇଥିବା ବେଳେ “କୁରଵାନ” ଫିଲ୍ମର ସୁଟିଙ୍ଗ ସମୟର ବୋଲି ଜଣାପଡିଛି । ଫଟୋ ଟିରେ ଦୁହିଁଙ୍କ ପାଖରେ ଏକ ସୁପ ଗିନା ଥୁଆ ହୋଇଥିବା ନଜର ଆସିଛି । ଉଭୟଙ୍କ ଫ୍ୟାନ୍ସ ମାନେ ଫଟୋ ଦେଖି ଖୁସି ହୋଇଥିବା ବେଳେ ଦୁହିଁଙ୍କୁ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି ।

saifina

କରିନା ସେୟାର କରିଥିବା ଫଟୋଟିର କ୍ୟାପ୍ସନରେ ଲେଖିଛନ୍ତି, “ୱାନ୍ସ ଅପନ ଏ ଟାଇମ ଇନ ଗ୍ରୀସ । ସୁପ ଗିନା ଓ ମୁଁ ।” ଏହା ସହ କରିନା ଏହା ମଧ୍ୟ ଲେଖିଛନ୍ତିକି ଏଇ ଗୋଟିଏ ମୁହୂର୍ତ୍ତ ହିଁ ସେମାନଙ୍କ ଜୀବନ ବଦଳେଇ ଦେଇଥିଲା । ଖାଲି ଏହି ଫଟୋ ନୁହେଁ ଏହା ସହିତ ନିଜ ପରିବାର ସହିତ ସମୟ କାଟିଥିବା ଅନେକ ଫଟୋ ଗୁଡିକୁ ମଧ୍ୟ ସେୟାର କରିଛନ୍ତି । ଏହି ପିକରେ ସୈଫ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ କରିନା ଏକ ଲାଲ ପୋଷାକରେ ନଜର ଆସିଛନ୍ତି । ଆଉ ଏକ ପିକରେ ଦୁହେଁ ଏକ ରେଶତୃରାନ୍ତରେ ବସିଥିବା ନଜର ଆସିଛନ୍ତି । ଆଉ ଏହି ସମୟରେ ହାତରେ ଏକ ଭାଓଲିନ ଧରିଥିବା ନଜର ଆସିଛନ୍ତି । କରିନା ଓ ସୈଫର ଦୁଇଟି ପୁଅ ଥିବା ବେଳେ ଜଣଙ୍କ ନାଁ ତୈମୁର ହୋଇଥିବା ବେଳେ ଆଉ ଜଣଙ୍କ ନାଁ ଜାହାଙ୍ଗୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.