ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇଲେ ସୈଫ୍

ୟଶରାଜ୍ ବ୍ୟାନରରେ କାମ କରିବା ପାଇଁ ବଲିଉଡର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ । ତେବେ ଏହା ସବୁ କଳାକାରଙ୍କ ଭାଗ୍ୟରେ ନଥାଏ। କିନ୍ତୁ ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ୟଶରାଜ୍ ବ୍ୟାନର ଫିଲ୍ମ ‘ବଣ୍ଟି ଔର ବବଲୀ -୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ଏହି ଫିଲ୍ମରେ ଲିଡ୍ ରୋଲରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଥିବାବେଳେ ସେକେଣ୍ଡ ଲିଡ୍ ପାଇଁ ସୈଫଙ୍କୁ ଫାଇନାଲ୍ କରାଯାଇଥିଲା। ପ୍ରଥମେ ସୈଫ୍ ଏହି ରୋଲ୍ ପାଇଁ ରାଜି ହୋଇଥିଲେ। କିନ୍ତୁ ଏବେ ହଠାତ୍ ମନା କରି ସେ ନିର୍ମାତାଙ୍କୁ ଝଟକା ଦେଇଛନ୍ତି। ଏହି ଫିଲ୍ମଟି ୨୦୦୫ରେ ଆସିଥିବା ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ବଣ୍ଟି ଔର୍ ବବଲୀ’ର ସିକ୍ୱେଲ୍।

21

ପ୍ରଥମେ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନଙ୍କୁ ଅଫର୍ କରାଯାଇଥିଲା। କିନ୍ତୁ ଅଭିଷେକଙ୍କୁ ଫିଲ୍ମର କାହାଣୀ ପସନ୍ଦ ନ ଆସିବାରୁ ସେ ମନା କରି ଦେଇଥିଲେ। ପରେ ନିର୍ମାତା ଏହି ରୋଲ୍ ପାଇଁ ସୈଫଙ୍କୁ ଅଫର୍ ଦେଇଥିଲେ। ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିଲା ଓ ସେ ଫିଲ୍ମ ସାଇନ୍ କରିବାକୁ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲେ। ଫିଲ୍ମର ଶୁଟିଂ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇ ଦେଇଛନ୍ତି।

ସୈଫ୍ କ’ଣ ପାଇଁ ଏହି ଫିଲ୍ମ ଛାଡ଼ିଲେ, ସେ ନେଇ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ସୈଫ୍ ୟଶରାଜ୍ ଫିଲ୍ମସ୍ ସହ ‘ହମ୍ ତୁମ୍, ‘ସଲାମ୍ ନମସ୍ତେ, ‘ତାରା ରମ୍ ପମ୍, ‘ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍’ ଓ ‘ରୋଡ୍ ସାଇଡ୍ ରୋମିଓ’ ପରି ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.