କମ୍ ସୁଧରେ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଥିଲେ, ଏହିସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ
ନୂଆଦିଲ୍ଲୀ: ଋଣ ନେବା ବେଳେ ଗ୍ରାହକମାନେ ସବୁବେଳେ କମ୍ ସୁଧ ପ୍ରତି ଧ୍ୟାନ ଦେଇଥାନ୍ତି। ଘର କିମ୍ବା ଗାଡ଼ି ଋଣ ଅପେକ୍ଷା ବ୍ୟକ୍ତିଗତ ଋଣରେ ସୁଧହାର ଅଧିକ ରହିଥାଏ। ଋଣ ଦେବା ପୂର୍ବରୁ ଋଣଦାତା ଗ୍ରାହକଙ୍କ ସମସ୍ତ ବିଷୟ ଯଥା: ଋଣ ରାଶି, ରୋଜଗାର, କାମ କରୁଥିବା କମ୍ପାନୀ ଆଦି ଦିଗ ପ୍ରତି ଦୃଷ୍ଟି ଦେଇଥାନ୍ତି। ତେବେ କେତେକ ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଲେ ବ୍ୟକ୍ତିଗତ ଋଣ କମ୍ ସୁଧହାରରେ ମିଳିପାରିବ।
୧. ଭଲ କ୍ରେଡିଟ୍ ସ୍କୋର ଜରୁରୀ
୭୫୦ କିମ୍ବା ତଦୁର୍ଦ୍ଧ୍ୱ କ୍ରେଡିଟ୍ ସ୍କୋର ଥିଲେ କମ୍ ସୁଧହାରରେ ବ୍ୟକ୍ତିଗତ ଋଣ ମିଳିବା ସୁଯୋଗ ଅଧିକ ଥାଏ। ଆପଣ ନିଜ କ୍ରେଡିଟ୍ ୟୁଟିଲାଇଜେସନ୍ ରେସିଓକୁ ୩୦ ପ୍ରତିଶତ ସୀମାରେ ରଖିଲେ କମ୍ରେ ସୁଧ ପାଇପାରିବେ। ନିୟମିତ ଏହି କ୍ରେଡିଟ୍ ରିପୋର୍ଟକୁ ଚେକ୍ କରିବା ମଧ୍ୟ ଜରୁରୀ।
୨. ପ୍ରତିମାସରେ ଋଣ ପରିଶୋଧ କରନ୍ତୁ
ସାଧାରଣତଃ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ପ୍ରତିମାସରେ ନିଜ ସୁଧ ପରିଶୋଧ କରିପାରିନଥାନ୍ତି। ଏଣୁ ତାଙ୍କୁ ଅଧିକ ସୁଧହାର ଦେବାକୁ ପଡ଼ିଥାଏ। ତେଣୁ ସବୁବେଳେ ଠିକ୍ ସମୟରେ ଋଣ ପରିଶୋଧ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣ ସହଜରେ ବ୍ୟକ୍ତିଗତ ଋଣ ପାଇପାରିବେ।
୩. ସିଜିନାଲ ଅଫରର ଫାଇଦା ଉଠାନ୍ତୁ
ଋଣ ନେବା ପୂର୍ବରୁ ଗ୍ରାହକ ନିଜ ଆବଶ୍ୟକତା ଆଧାରରେ ବିଭିନ୍ନ ଋଣଦାତା କମ୍ପାନୀଙ୍କ ସୁଧକୁ ତୁଳନା କରିବା ଆବଶ୍ୟକ। ଏଥିସହ କମ୍ପାନୀର ସିଜିନାଲ୍ ଅଫରର ମଧ୍ୟ ଫାଇଦା ନିଅନ୍ତୁ।
ଏହାସହ ପଢନ୍ତୁ: BSNLର ଶସ୍ତା କଲିଂ ଅଫର, ମାତ୍ର ୧୦୦ ଟଙ୍କାରେ ପାଆନ୍ତୁ ଅନ୍ଲିମିଟେଡ୍ ଡାଟା ଓ କଲିଂ ସୁବିଧା
୪. କର୍ମଚାରୀଙ୍କ ଯୋଗ୍ୟତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ଯେଉଁ ବ୍ୟକ୍ତି କୌଣସି ଜଣାଶୁଣା ବା ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରୁଥାନ୍ତି ସେମାନେ ନିଜ ମନ ପସନ୍ଦର ଋଣ ଡିଲ୍ କରିପାରିଥାନ୍ତି। କାରଣ ସେମାନଙ୍କ ଚାକିରର ସ୍ଥାୟିତ୍ୱ ରହିଥାଏ। ସେମାନଙ୍କ ଆୟ ସ୍ଥିର ଥିବାରୁ ସେମାନେ ଠିକ୍ ସମୟରେ ଋଣ ପରିଶୋଧ କରିପାରିବେ ବୋଲି କମ୍ପାନୀର ବିଶ୍ୱାସ ଥାଏ।