Below header

ସଲମାନ୍‌ ଖାନ୍‌ ହିଁ ହୋଷ୍ଟ କରିବେ ବିଗବସ୍‌ ୧୪, ପ୍ରତି ଏପିସୋଡ୍‌ ପିଛା ନେବେ ୨୦ କୋଟି

ଟେଲିଭିଜନର ସବୁଠୁ ହିଟ୍‌ ତଥା ଲୋକପ୍ରିୟ ଶୋ’ ବିଗ୍‌ବସ୍‌ର ୧୪ ତମ ସଂସ୍କରଣ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥରକ ବି ସଲମାନ୍‌ ଖାନ୍‌ ହିଁ ଶୋ’ର ହୋଷ୍ଟିଂ କରିବେ। କିନ୍ତୁ ଶୋ’ ଆରମ୍ଭ ହେବା ପୂର୍ବରୁ ସଲମାନ ନିଜ ଫିସ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମିଳିଥିବା ଖବର ମୁତାବକ ସଲମାନ୍‌ ଖାନ୍‌ ବିଗ୍‌ବସ୍‌ ୧୪ର ହୋଷ୍ଟ କରିବା ପାଇଁ ୪୫୦ କୋଟି ନେବେ। ଏହି ହିସାବରେ ପ୍ରତି ଏପିସୋଡ୍‌ ପିଛା ସଲମାନଙ୍କୁ ୨୦ କୋଟି ମିଳିବ।

ଏନେଇ ସଲମାନ୍‌ ନିଜେ କୌଣସି ସୂଚନା ଦେଇନଥିବା ବେଳେ ‘ଦ ଖବରୀ’ ତରଫରୁ ଟ୍ଵିଟରରେ ଏହି ସୂଚନା ଦିଆଯାଇଛି। ଏହି ଟ୍ଵିଟ୍‌ରେ କୁହାଯାଇଛି ସଲମାନ୍‌ ପ୍ରତି ଏପିସୋଡ ପିଛା ୨୦ କୋଟି ଚାର୍ଜ କରିଛନ୍ତି। ମୋଟ ୩ ମାସ ପାଇଁ ସେ ୪୫୦ କୋଟି ନେବେ। ସୂଚନାଯୋଗ୍ୟ ଯେ ସଲମାନ ଖାଁ ସବୁବେଳେ ନିଜ ଫିସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଯେବେ ବି ବିଗ୍‌ବସ୍‌ର ନୂଆ ସିଜନ୍‌ ଆରମ୍ଭ ହୁଏ ସମସ୍ତଙ୍କ ନଜର ତାଙ୍କ ଫିସ୍‌ ଉପରେ ଥାଏ।

ରିପୋର୍ଟ ମୁତାବକ ଚଳିତଥର ବିଗବସ୍‌ ୧୪ରେ ନିୟା ଶର୍ମା ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିପାରନ୍ତି। ଏହା ବ୍ୟତୀତ କରନ କୁନ୍ଦ୍ରା, ଭିଭିଆନ୍‌ ଡିସେନା, ସୁରଭି ଜ୍ୟୋତି, ଜସ୍ମିନ୍‌ ଭସିନ୍‌ ଓ ଅଲିଶା ପମ୍ବାରଙ୍କ ଭଳି କଳାକାର ମଧ୍ୟ ବିଗ୍‌ବସ୍‌ରେ ନଜର ଆସିପାରନ୍ତି। ତେବେ ଚଳିତ ଥର କିଏ କିଏ ବିଗ୍‌ବସ୍‌ରେ ଅଂଶଗ୍ରହଣ କରିବେ ସେ ନେଇ କୌଣସି ବିଧିବଦ୍ଧ ସୂଚନା ଏଯାଏଁ ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.