ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟରଙ୍କ ଘରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କଲା ଭିଜିଲାନ୍ସ , ଅନେକ ସମ୍ପତି ଥିବା ସୂଚନା

ଭୁବନେଶ୍ୱର: ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଗତକାଲି ଚଢାଉ କରି କୋଟି କୋଟି ଟଙ୍କା ଜବତ । ୧ କୋଟି ୪୮ ଲକ୍ଷ ୫୯ ହଜାର ୪୬୬ ଟଙ୍କା ର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।

ଏହା ସହ ଗୋଟିଏ 3BHK FLAT, ଗୋଟିଏ ତିନି ମହଲା କୋଠା, ୫ଟି ପ୍ଲଟ, ଗୋଟିଏ ଘର, ଆପଟ୍‌ମେଣ୍ଟରେ ଗୋଟିଏ ସିଙ୍ଗିଲ ରୁମ୍‌ ଘର, ଚାରି ଚକିଆ ଗାଡି, ବ୍ୟାଙ୍କ ଜମା, ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି ।

goldଏକକାଳୀନ ୬ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ । ୫୦ ଜଣଙ୍କୁ ନେଇ ୭ଟି ଟିମ ଗଠନ କରାଯାଇଥିଲା । ଭୁବନେଶ୍ୱର ଓ କଟକରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର ଘାଟିକିଆ ଭିପୁଲ ଗାର୍ଡେନ୍‌ ସ୍ଥିତ ବାସଭବନ, କଟକରେ ସ୍ଥିତ ଶ୍ୱଶୂର ଘର ଓ CDAରେ ଚଢାଉ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.