‘ସାରେ ଜାହାଁ ସେ ଅଚ୍ଛା..’ ରାକେଶ ଶର୍ମାଙ୍କ ଭୂମିକାରେ ନଜର ଆସିପାରନ୍ତି ଦବଙ୍ଗ ଷ୍ଟାର

ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜାହାଁ ସେ ଆଚ୍ଛା’କୁ ନେଇ ଏବେ ଚର୍ଚ୍ଚା। ଏହି ଫିଲ୍ମର କାଷ୍ଟିଂକୁ ନେଇ ପ୍ରଥମରୁ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ଏକ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ପ୍ରଥମରୁ ରାକେଶଙ୍କ ଭୂମିକାରେ ଆମରି ଖାନ ତା’ପରେ ଶାହାରୁଖ ଖାନ ଏବଂ ବିକି କୌଶଲଙ୍କ ନାମ ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଯେଉଁ ନାଁକୁ ନେଇ ଚର୍ଚ୍ଚା ଚାଲିଛି, ହୁଏତ ତାଙ୍କ ନାଁ ଶୁଣି ଆପଣ ଚକିତ ହୋଇପଡିବେ । ଏବେ ଏହି ଭୂମିକାରେ ବଲିଉଡର ଦବଙ୍ଗ ଖାନ ଅର୍ଥାତ୍‌ ସଲମାନ ଖାନ ନଜର ଆସିବେ।

movie

ଖବର ମୁତାବକ, ଏହି ଫିଲ୍ମ ପାଇଁ ନିର୍ମାତା ସଲମାନଙ୍କୁ ଆପ୍ରୋଚ କରିଛନ୍ତି। ସଲମାନ ମଧ୍ୟ ସ୍କ୍ରିପ୍‌ ପଢିସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମକୁ ନେଇ ନିଜର ସହମତି ଜଣାଇନାହାନ୍ତି। କିନ୍ତୁ ସଲମାନ ଏହି ଫିଲ୍ମରେ ସାଇନ୍‌ କରିବେ ବୋଲି ସିଦତ୍ଧାର୍ଥ ରାୟ କପୁର କହିଛନ୍ତି। ସଲମାନଙ୍କ ପାଖରେ ମାର୍ଚ୍ଚରେ ହିଁ ସମୟ ରହିଛି। ଏହି ସମୟରେ ସେ ଫିଲ୍ମ ବିଷୟରେ ସଂପୂର୍ଣ୍ଣ ବିବରଣୀ ଆଲୋଚନା କରିବେ। ଯଦି ସଲମାନ ଏହି ଫିଲ୍ମ କରନ୍ତି, ତେବେ ରାକେଶ ଶର୍ମାଙ୍କ ଭୂମିକାରେ ନିଜକୁ କେତେ ଫିଟ୍‌ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.