ଏମିତି କାମ କରି ପୁଣି ପ୍ରଶଂସା ସାଉଁଟିଲେ ଭାଇଜାନ, ନେଲେ ୫୦ ଜଣ ମହିଳା ଦିନ ମଜୁରିଆଙ୍କ ଦାୟିତ୍ୱ

ସମଗ୍ର ଦେଶରେ ଲକ ଡାଉନ ଚାଲିଛି ଯାହାର ବେଶୀ ପ୍ରଭାବ ଦିନ ମଜୁରିଆଙ୍କ ଉପରେ ପଡିଛି । ଏହି କାରଣରୁ ବଲିଉଡର ସବୁ କାମ ଠପ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ପ୍ରଭାବ ଦିନ ମଜୁରିଆଙ୍କ ଉପରେ ପଡିଛି ।ଏମାନଂକୁ ଠିକରେ ଟିକେ ଖାଇବାକୁ ମିଳୁନି କିନ୍ତୁ ଏମାନଂକୁ ସାହାଯ୍ୟ କରିବା ପାଇଁ ବଲିଉଡ ସୁପର ଷ୍ଟାର ସଲମାନ ଖାଁ ଆଗକୁ ଆସିଛନ୍ତି । ସଲମାନ ୨୫ ହଜାର ଦିନ ମଜୁରିଆଙ୍କ ଖର୍ଚ ଉଠାଉଛନ୍ତି । ଯାହା ପାଇଁ ସଲମାନଙ୍କୁ ଅନେକ ପ୍ରଶଂସା ମିଳୁଛି । ପ୍ରକୃତରେ ସଲମାନ ହିଁ ଏପରି କାମକୁ କରିପାରିବେ ବୋଲି ଚର୍ଚା ଚାଲିଛି ।


ନିକଟରେ ସଲମାନ ମାଲଗାଓଁରେ କାମ କରୁଥିବା ୫୦ ଜଣ ମହିଳାଙ୍କୁ ସାହାଯ୍ୟ କରିଛନ୍ତି । ଭାଇଜାନଙ୍କ ନିକଟକୁ ଏହି ମହିଳାଙ୍କର ଅର୍ଜଣ୍ଟ କଲ ଆସିଲା ପରେ ଭାଇଜାନ ସେମାନଙ୍କ ନିକଟକୁ ଖାଦ୍ୟ ଏବଂ ଜରୁରୀ ଜିନିଷ ପଠେଇଥିଲେ ।ସଲମାନ ଏପରି ସାହାଯ୍ୟ କରିଥିବାରୁ ବାବା ସିଦ୍ଧିକି ଭାଇଜାନଙ୍କୁ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଦିନ ମଜୁରିଆଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିଥିଲେ । ସେମାନେ ଏପରି ସଙ୍କଟ ସମୟରେ ହଇରାଣ ନହୁଅନ୍ତୁ ସେଥିପାଇଁ ସଲମାନ ଏପରି କରିଥିଲେ। ସଲମାନ ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ୪ କୋଟି ୮୦ ଲକ୍ଷ ପଇସା ଟ୍ରାନ୍ସଫର କରିଛନ୍ତି । ଏହାସହିତ ୧୯ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ୫ କୋଟି ୭୦ ଲକ୍ଷ ପଇସା ଟ୍ରାନ୍ସଫର କରିବାକୁ ନିଷ୍ପତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.