ସଲମାନ୍‌ଙ୍କ ନୂଆ ଫିଲ୍ମ ନାଁ ହେଉଛି ‘କଭି ଇଦ୍‌ କଭି ଦିଓ୍ଵାଲି’, ଟ୍ଵିଟ୍‌ କରି ଜଣାଇଲେ ଭାଇଜାନ୍‌

ମୁମ୍ବାଇ : ଦବଙ୍ଗ-୩ର ଅପାର ସଫଳତା ପରେ ବଲିଉଡ୍‌ର ଭାଇଜାନ୍‌ ଓରଫ ସଲମାନ ଖାନ୍‌ ତାଙ୍କ ନୂଆ ଫିଲ୍ମର ନାଁ ଘୋଷଣା କରିଛନ୍ତି । ଏଥର ସେ ସାଙ୍ଗରେ ଆଣୁଛନ୍ତି ଇଦ୍‌ ଆଇ ଦିଓ୍ଵାଲି । ଅର୍ଥାତ୍‌ ତାଙ୍କ ନୂଆ ଫିଲ୍ମର ନାଁ ହେଉଛି ‘କଭି ଇଦ୍‌ କଭି ଦିଓ୍ଵାଲି’ । ସଲମାନ ଟ୍ଵିଟ୍‌ କରି ଏକଥା ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।


ଏହି ଫିଲ୍ମର କାହାଣୀ ସାଜିଦ ନାଦିଆଓ୍ଵାଲା ଲେଖିଛନ୍ତି ଓ ସେ ନିଜେ ହେଉଛନ୍ତି ଏହାର ପ୍ରଯୋଜକ । ଫରହାଦ ସାମଜି ଏହାର ନିର୍ଦ୍ଦେଶନା ଦେବେ । ୨୦୨୧ ଇଦ୍‌ ବେଳକୁ ଏହି ଫିଲ୍ମଟି ରିଲିଜ୍‌ ହେବ । ଅବଶ୍ୟ ଫିଲ୍ମର ଅନ୍ୟ ଅଭିନେତାଙ୍କ ନାମ ପ୍ରକାଶ କରାଯାଇ ନାହିଁ ।
ଏହା ପୂର୍ବରୁ ସଲମାନଙ୍କ ନୂଆ ଫିଲ୍ମ ‘ରାଧେ’ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏଥିରେ ତାଙ୍କ ନାୟିକା ହେଉଛନ୍ତି ଦିଶା ପାଟନି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁ ଦେବା । ଏହି ଫିଲ୍ମଟି ୨୦୨୦ ଅର୍ଥାତ୍‌ ଆସନ୍ତା ଇଦ୍‌ରେ ରିଲିଜ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.