କୋକେଇରୁ ଉଠି ବସିଲେ ଡାକ୍ତର ମୃତ ଘୋଷଣା କରିଥିବା ମହିଳା, ଶ୍ମଶାନ ଯିବା ବାଟରେ ଘଟିଲା ଏମିତି

କର୍ଣ୍ଣାଟକରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଏବେ ସମସ୍ତଙ୍କୁ ଚକିତ କରିଛି। ଜଣେ ମହିଳା କିଛି ଦିନ ହେବ ଭିଷଣ ଜ୍ବରରେ ପୀଡିତ ଥିଲେ। ପରିବାର ଲୋକେ ମହିଳା ଜଣଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଡାକ୍ତର କଥାକୁ ଶୁଣି ମହିଳାଙ୍କୁ ମଶାଣି ନେଇଥିଲେ କିନ୍ତୁ ସେଠାରେ ମହିଳା ଜଣକ ଉଠି ବସିପଡିଥିଲେ। ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ।

Image result for Karnataka woman suffering from fever declared dead by private hospital doctors wakes up

ଘଟଣା ଘଟିଛି ବେଙ୍ଗାଲୁରୁ ଠାରୁ ୫ଶହ କିଲୋମିଟର ଦୂରରେ ଥିବା ବେଲଗାବ ଗାଁରେ। ୫୫ ବର୍ଷିୟ ମାଳତି ଚୌଗଲେ ନାମକ  ମହିଳା ଭିଷଣ ଜ୍ବରରେ ପୀଡିତ ଥିଲେ। ଯେତେବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରେ ଲାଗିଲା । ପରିବାର ଲୋକେ ମାଳତିଙ୍କୁ ନିକଟସ୍ଥ ଏକ ଘରୋଇ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରିବାର ଲୋକ ଡାକ୍ତରଙ୍କ କଥା ଶୁଣି ମାଳିତିଙ୍କୁ ଘରକୁ ନେଇ ଯାଇଥିଲେ। ପରିବାରର ଜ୍ଞାତି ସମ୍ପର୍କ ମାଳତିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପରେ ମାଳତିଙ୍କ ମରଶରୀରକୁ ଶୋଭାଯାତ୍ରାରେ ମଶାଣି  ଅଭିମୁଖେ ନିଆଯାଇଥିଲା ।

Image result for WOMEN ADMITTED IN HOSPITAL

କିନ୍ତୁ ଶ୍ମଶାନ ଯିବା ଅଧା ବାଟରେ ମାଳତି କୋକେଇରୁ ଉଠି ବସିଲେ। ଯାହାକୁ ଦେଖି ଶବବାହକ ଓ ଆତ୍ମୀୟ ସ୍ବଜନ ତାଜୁବ ହୋଇଗଲେ।  ମାଳତି  କିପରି ଜୀବିତ ହୋଇଗଲେ ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କଲେ । କିନ୍ତୁ ବାସ୍ତବରେ ମାଳତିଙ୍କ ଶରୀରରେ ଜୀବନ  ଥିଲା କିନ୍ତୁ ଡାକ୍ତର  ତାଙ୍କୁ ଚେତାରେ ଫେରାଇ ଆଣି ପରିନଥିଲେ ଯାହା ଫଳରେ ମାଳତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସନ୍ଦେହ କରି ଘୋଷଣା କରିଦେଲେ।

Image result for women dead body alive after doctor declered dead

ସେପଟେ ମାଳତି ଜୀବିତ ଥିବାରୁ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କିନ୍ତୁ ଡାକ୍ତର କରିଥିବା ଘୋଷଣା ପାଇଁ ପରିବାର ସଦସ୍ୟଙ୍କୁ ମାନସିକ ଭାବେ ଆଘାତ ଦେଇଛି ଏଥିପାଇଁ  ଆଇନଗତ  ଲଢେଇ କରିବେ  ବୋଲି କହିଛନ୍ତି। ସେପଟେ ଡାକ୍ତରଖାନା ତରଫରୁ ସଫେଇରେ କୁହାଯାଇଛି ଯେ ମାଳତିଙ୍କୁ ମୃତ ଘୋଷଣା କରାଯାଇନଥିଲା ତାଙ୍କୁ ଏକ ସୁପର ସ୍ପେଷାଲିଟି ହସ୍ପିଟାଲକୁ ସ୍ଥନାନ୍ତର କରିବାକୁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.