Below header

ସମାନ ଗୋତ୍ରରେ ବିବାହକୁ ବିରୋଧ ଓ ଖାପ ପଞ୍ଚାୟତକୁ ସମର୍ଥନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼ : ସମୟ ବଦଳିଛି । ତା ସହିତ ବଦଳିଛି ଲୋକଙ୍କ ମାନସିକତା । ପରିବାର ଲୋକଙ୍କ ପସନ୍ଦ ଅପେକ୍ଷା ଏବେ ନିଜ ପସନ୍ଦ ଏବଂ ପ୍ରେମ ବିବାହକୁ ଯୁବଗୋଷ୍ଠୀ ଅଧିକ ପସନ୍ଦ କରୁଛନ୍ତି । ପ୍ରେମ ବିବାହରେ ନା ଜାତକ ଦେଖାଯାଏ ନା ଜାତି ଗୋତ୍ର । ଏହିସମୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି ଗୋଟିଏ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ । ଯଦି ଏଭଳି ବିବାହକୁ ପଞ୍ଚାତ ବିରୋଧ କରୁଛି ତେବେ ଭୁଲ କରୁ ନାହିଁ । ତେଣୁ ଖାପ୍‌ ପଞ୍ଚାୟତକୁ ଭୁଲ ବୁଝିବା ଉଚିତ ନୁହେଁ ।


ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ ଗାଁ ଭିତରେ ସମାନ ଗୋତ୍ରରେ ଯୁବକ ଯୁବତୀଙ୍କ ବିବାହ ଆଦୌ ଉଚିତ ନୁହେଁ । ଗୁଜରାଟ ଭଳି ହରିଆଣାରେ ମଧ୍ୟ ଅନେକ ପରମ୍ପରାକୁ ସମ୍ମାନ ଦିଆଯାଇ ଆସୁଛି । ଯାହାକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି । ଏମିତି ଡାକ୍ତରୀ ବିଜ୍ଞାନର ଉଦାହରଣ ଦେଇ ସେ ସଗୋତ୍ର ବିବାହ ଠିକ୍‌ ନୁହେଁ ବୋଲଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.