ଶାହାରୁଖଙ୍କ ବଙ୍ଗଳା ମନ୍ନତ କିଣିବାକୁ ଚାହୁଁଥିଲେ ସଲମାନ, ହେଲେ ମନା କରିଦେଇଥିଲେ ବାପା

ବହୁତ କମ ଲୋକ ଜାଣନ୍ତି ଯେ ଶାହାରୁଖଙ୍କ ପୂର୍ବରୁ ସଲମାନ ଖାନଙ୍କୁ ମୁମ୍ବାଇର ଏହି ଆଲିଶାନ ବଙ୍ଗଳା ମନ୍ନତ କିଣିବାକୁ ଅଫର ମିଳିଥିଲା । କିନ୍ତୁ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ସେ ଏହି ଘରକୁ କିଣିପାରିନଥିଲେ ।

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଆଲିଶାନ ଘର ବିଷୟରେ କହିଲେ ଶାହାରୁଖଙ୍କ ବଙ୍ଗଳା ମନ୍ନତକୁ ନିଶ୍ଚୟ ଭାବରେ ଏଥିରେ ସାମିଲ କରାଯାଇଥାଏ । ଶାହାରୁଖଙ୍କ ଏହି ଘର କୌଣସି ପର୍ଯ୍ୟଟନ ସ୍ଥଳୀଠାରୁ କମ୍ ନୁହେଁ । ଦୂରଦୂରାନ୍ତରୁ ଲୋକମାନେ ଏହି ଘର ଦେଖିବାକୁ ଆସିଥାନ୍ତି । ପ୍ରାୟ ୨ ଦଶନ୍ଧି ପୂର୍ବରୁ ଶାହାରୁଖ ଏହି ବଙ୍ଗଳାକୁ କିଣିଥିଲେ । କିନ୍ତୁ ବର୍ତ୍ତମାନ ଏହି ଘରର ମୂଲ୍ୟ ଆକାଶ ଛୁଆଁ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି, ଶାହାରୁଖଙ୍କ ପୂର୍ବରୁ ସଲମାନ ଖାନ ଏହି ବଙ୍ଗଳାକୁ କିଣିବାକୁ ଚାହୁଁଥିଲେ । ବାସ୍ତବରେ ୯୦ ଦଶକର ଶେଷ ଭାଗରେ, ଏହି ବଙ୍ଗଳାର ମାଲିକ ଏହାକୁ ବିକ୍ରି କରିବାକୁ ଚାହୁଁଥିଲେ । ଏବଂ ସେ ଏହାର ପ୍ରଥମ ଅଫର ସଲମାନ ଖାନଙ୍କୁ ପଠାଇଥିଲେ । ସଲମାନ ଏହାକୁ କିଣିବାକୁ ବହୁତ ଆଗ୍ରହୀ ମଧ୍ୟ ଥିଲେ । ସଲମାନ ଚାହୁଁଥିଲେ କି ଏହି ଡିଲ୍‌ ଶୀଘ୍ରରୁ ଶୀଘ୍ର ହେଉଯାଉ । କାରଣ ଏହି ବଙ୍ଗଳା ବହୁତ ବଡ ଏବଂ ବିଳାଶପୂର୍ଣ୍ଣ ଥିଲା ।

କିନ୍ତୁ ଏହି ସମଯରେ ସଲମାନଙ୍କ ବାପା ଅଭିନେତା ସଲିମ୍‌ ଖାନ ତାଙ୍କୁ ଏହି ବଙ୍ଗଳା କିଣିବାରୁ ମନା କରି ଦେଇଥିଲେ । ତାଙ୍କର କହିବା ଥିଲା ଯେ, ସେ ଏତେ ବଡ ବଙ୍ଗଳା ନେଇ କଣ କରିବେ । ତେଣୁ ପିତାଙ୍କ ପରାମର୍ଶରେ ସଲମାନ ଖାନ ଏହି ଘର କିଣିବାର ଇଚ୍ଛା ଛାଡିଦେଇଥିଲେ । ଯେତେବେଳେ ସଲମାନ ଏହି ଘରକୁ କିଣିବାକୁ ମନା କରିଦେଲେ, ଏହି ସୁଯୋଗର ଲାଭ ନେଇ ଶାହାରୁଖ ଖାନ ଏହି ବଙ୍ଗଳାକୁ କିଣିଦେଇଥିଲେ । ଅଭିନେତା ନିଜର ସମସ୍ତ ସଞ୍ଚୟକୁ ଏହି ବଙ୍ଗଳା କିଣିବାରେ ବିନିଯୋଗ କରିଥିଲେ ।

ଏହାକୁ କିଣିବା ପରେ ନିଜ ସୁବିଧା ହିସାବରେ ଡିଜାଇନ୍‌ କରିବା ପାଇଁ ମଧ୍ୟ ଶାହାରୁଖଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା । ଏଭଳି ପରସ୍ଥିତିିରେ ଗୌରୀ ଖାନ୍‌ ଏହି ଦାୟୀତ୍ୱକୁ ନିଜ କାନ୍ଧରେ ନେଇଥିଲେ ଏବଂ ନିଜେ ଘରର ଡିଜାଇନ୍‌ କରିବା ଆରମ୍ଭ କରିଥିଲେ । ଆଜି ଶାହାରୁଖ ଖାନଙ୍କ ମନ୍ନତ ମୁମ୍ବାଇର ସବୁଠୁ ମହଙ୍ଗା ଘର ମଧ୍ୟରୁ ଗୋଟିଏ । ଯାହାର ମୂଲ୍ୟ ଆଜି ପ୍ରାୟ ୨ ଶହ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.