Below header

ଅନନ୍ୟା ପାଣ୍ଡେଙ୍କୁ କମେଣ୍ଟ କଲେ ସଞ୍ଜୟ କପୁର, କହିଲେ, ‘ଡ୍ରେସ୍‌ ଖସିପଡ଼ିବ, ଟିକେ ସାବଧାନ ରୁହ’, ଏମିତି ଢଙ୍ଗରେ ଜବାବ୍‌ ଦେଲେ ଏହି ଅଭିନେତ୍ରୀ

ଅନନ୍ୟା ପାଣ୍ଡେ ବଲିଉଡ୍‌ରେ ସଫଳତା ଆଡ଼କୁ ଗତି କରୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ପତି, ପତ୍ନୀ ଔର ଓ୍ଵ’ ରିଲିଜ୍‌ ହୋଇଥିଲା, ଯାହାକି ବକ୍ସ ଅଫିସରେ ହିଟ୍‌ ରହିଥିଲା। ଫିଲ୍ମ ବ୍ୟତୀତ ଅନନ୍ୟା କିଛି ନା କିଛି ଇଭେଣ୍ଟରେ ବି ନଜର ଆସିଥାଆନ୍ତି। କିଛିଦିନ ତଳେ ସେ ଏକ ଇଭେଣ୍ଟର ଭିଡିଓ ଶେୟାର କରିଥିଲେ। ତେବେ ଏହି ଭିଡିଓରେ ସଞ୍ଜୟ କପୁର ଅନନ୍ୟାଙ୍କୁ ଏମିତି କମେଣ୍ଟ କରିଥିଲେ ଯେ ଶେଷରେ ସଞ୍ଜୟଙ୍କୁ ହିଁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା।

ana1

ଅନନ୍ୟା ପାଣ୍ଡେ ଏଲେ ବିଉଟି ଆଓ୍ଵାର୍ଡସ୍‌ରେ ପହଞ୍ଚିଥିଲେ। ଏଠାରେ ସେ ବ୍ଲାକ୍‌ କଲରର ଅଫ୍‌ ଶୋଲ୍ଡର ଶର୍ଟ ଡ୍ରେସ୍‌ ପିନ୍ଧିଥିଲେ, ଯାହାକୁ ଡିଜାଇନ୍‌ କରିଥିଲେ ପ୍ରବଲ ଗୁରୁଙ୍ଗ୍‌। ଏହାସହ ଅନନ୍ୟା ମ୍ୟାଚିଙ୍ଗ୍‌ ବ୍ଲାକ୍‌ ଶୁଜ୍‌ କ୍ୟାରି କରିଥିଲେ। ତେବେ ସଞ୍ଜୟ ନିଜ କମେଣ୍ଟରେ ଲେଖିଥିଲେ, ‘ଡ୍ରେସ୍‌ ଖସିପଡ଼ିବ, ଟିକେ ସାବଧାନ ରୁହ’। ତାଙ୍କର ଏହି କମେଣ୍ଟକୁ ଲୋକେ ପସନ୍ଦ କରି ନ ଥିଲେ ଏବଂ ଟ୍ରୋଲ କରିବାକୁ ଲାଗିଥିଲେ। ପରେ ଅନନ୍ୟା ଏହାର ଜବାବ ରଖିଥିଲେ।

a3

ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ସଞ୍ଜୟ ଅଙ୍କଲ ସାନାୟାଙ୍କ ବାପା। ସେ କେବଳ ମଜା କରିଥିଲେ। ତାଙ୍କ କଥାର କୌଣସି ଭୁଲ୍‌ ଅର୍ଥ ନ ଥିଲା। ମୁଁ ଏହା ବିଷୟରେ ଅଧିକ କିଛି କହି ପବନ ମାରିବାକୁ ଚାହୁଁନି। ତାଙ୍କ କଥାରେ ମୋତେ କୌଣସି ନକାରାତ୍ମକତା ଦେଖାଯାଇନାହିଁ’। କହି ରଖୁଛୁ, ସଞ୍ଜୟ କପୁରଙ୍କ ଝିଅ ସନାୟା ଓ ଅନନ୍ୟା ଦୁଇଜଣ ବହୁତ ଭଲ ସାଙ୍ଗ। ଦୁଇଜଣଙ୍କୁ ଅନେକ ସମୟରେ ଏକାଠି ପାର୍ଟିରେ ଦେଖିବାକୁ ମିଳେ। ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ମଧ୍ୟ ଏମାନଙ୍କର ଭଲ ସାଙ୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.