‘ଗୁଡ୍‌ ନ୍ୟୁଜ୍‌’ର ଦ୍ୱିତୀୟ ଟ୍ରେଲର ରିଲିଜ୍‌; ଥରେ ଦେଖିଲେ ରୋକିପାରିବେନି ହସ, ଦେଖନ୍ତୁ ଭିଡିଓ

ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଫିଲ୍ମ ଗୁଡ୍‌ନ୍ୟୁଜ୍‌ର ଆଉ ଏକ ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମ ନିର୍ମାତା ଏହି ଟ୍ରେଲର ରିଲିଜ୍‌ କରି ଦର୍ଶକଙ୍କ ଆଗ୍ରହକୁ ଦୁଇଗୁଣ କରିଦେଇଛନ୍ତି। କାରଣ ଏହି ଟ୍ରେଲର ପୂର୍ବାପେକ୍ଷା ଅଧିକ ମଜାଦାର ନଜର ଆସିଛି।

ଦେଖନ୍ତୁ ଟ୍ରେଲର:

Video Courtesy: Dharma Productions

ଫିଲ୍ମରେ ଅକ୍ଷୟ ଓ କରୀନାଙ୍କ ସହ ଦିଲଜିତ୍‌ ଦୋସାଞ୍ଝ ଓ କିଆରା ଆଡଭାନୀ ମଧ୍ୟ ନଜର ଆସିଛନ୍ତି। ଉଭୟେ ଫିଲ୍ମରେ ଏତେ କମେଡି କରିଛନ୍ତି ଯେ ଯିଏ ବି ଦେଖିବ ହସି ହସି ଗଡ଼ିଯିବ।

ପୂର୍ବ ଟ୍ରେଲରରେ ଆଇବିଏଫ୍‌ସେଣ୍ଟରରେ ଭୁଲ ଯୋଗୁ ହୋଇଥିବା ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଏଥିରେ ଉଭୟ ଦମ୍ପତିଙ୍କ ପରବର୍ତ୍ତୀ ଅସୁବିଧା ଦେଖିବାକୁ ମିଳିଛି। ଏହି ଟ୍ରେଲର ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଛି।


ସୂଚନାଯୋଗ୍ୟ ଯେ ଧର୍ମା ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ କରଣ ଜୋହର ତିଆରି କରୁଛନ୍ତି। ରାଜ ମେହେତା ଫିଲ୍ମର ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଛନ୍ତି। ଡିସେମ୍ବର ୨୭ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.