Below header

ସାରା ଅଲ୍ଲୀ ଖାନ୍‌ ଓପଡ଼ାଇଲେ ଦାନ୍ତ, ସମସ୍ତଙ୍କୁ ହୋଇଥାଏ ଯନ୍ତ୍ରଣା କିନ୍ତୁ ଏହି ଅଭିନେତ୍ରୀଙ୍କ Video ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ

ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଦାନ୍ତ ଓପଡ଼ାଉଥିବା ଦେଖିବାକୁ ମିଳୁଛି। ଜଣାପଡ଼ିଛି ଯେ ସାରା ନିଜ ଦାନ୍ତ ଓପାଡ଼ିବା ପାଇଁ ଡେଣ୍ଟିଷ୍ଟ୍‍ଙ୍କ ପାଖକୁ ଯାଇଥିଲେ। ସେଠାରୁ ସେ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ନମସ୍କାର ଦର୍ଶକ, ଜ୍ଞାନ ଦାନ୍ତ ବାଏ ବାଏ’।

ଭିଡିଓରେ ସାରା ବହୁତ ନର୍ଭସ ହୋଇ କହୁଛନ୍ତି କି, ‘ଦର୍ଶକ, ସରୀ, ମୁଁ ଏତେ ଭଲ ଭାବେ କହିପାରୁନାହିଁ। ମୋର ସବୁ ସେନ୍‌ଟେନ୍ସରେ ମୋତେ ହସ ଲାଗୁଛି। ଡାକ୍ତର ରାଜେଶ ଶେଟ୍ଟୀ, ଯିଏ କି ବେଷ୍ଟ ଅଟନ୍ତି, ସେ ମୋ ଦାନ୍ତ ଉପାଡ଼ିବାକୁ ଯାଉଛନ୍ତି।’ ପୁଣିି ସାରା ସର୍ଜରୀ ପରେ ଏହି ଭିଡିଓକୁ ପୂରା କରି କହୁଛନ୍ତି କି, ‘ନମସ୍ତେ ସାଙ୍ଗମାନେ, ମୋ ସର୍ଜରୀ ହୋଇଗଲା। ସବୁକିଛି କୁଶଳ ମଙ୍ଗଳ। ଥ୍ୟାଙ୍କ ୟୁ ସୋ ମଚ୍‌ ଡାକ୍ତର ଶେଟ୍ଟୀ ଜୀ।’

ସୂଚନାଥାଉ କି, ସାରା ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସାରାଙ୍କ ସହିତ ଅକ୍ଷୟ କୁମାର ଓ ଧନୁଷ ମଧ୍ୟ ନଜର ଆସିବେ।

 

View this post on Instagram

 

A post shared by Sara Ali Khan (@saraalikhan95)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.