ଘଟଗାଁରେ ସିରିଜ୍‌ ଚୋରି ଘଟଣା: ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ଘଟଗାଁରେ ସିରିଜ୍‌ ଚୋରି ଘଟଣା । ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସଂପୃକ୍ତ ଯୁବକମାନେ ହେଲେ ଢେଙ୍କିକୋଟ ବଜାରର ରାଜା ଚୌଧୁରୀ, କପାସପଡ଼ା ଗାଁର ପ୍ରଫୁଲ୍ଲ ବେହେରା ଓ ଢେଙ୍କିକୋଟ ମୁଖୀ ସାହିର କିରଣମୁଖୀ।

ଏହି ୩ ଯୁବକ ସୋମବାର ବିଳମ୍ବିତ ରାତିରେ ବୁଦ୍ଧଦେବ ମହାନ୍ତଙ୍କ ଘରେ ପଶି ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଅଳଙ୍କାର ସହ ଟଙ୍କା ପଇସା ଚୋରି କରି ନେଇଥିଲେ। ଘଟଗାଁ ପୋଲିସ ତଦନ୍ତ କରି ଚୋରି ଘଟଣାରେ ସଂପୃକ୍ତ ଥିବା ୩ଜଣ ଯୁବକଙ୍କୁ ଗିରଫ କରି କେନ୍ଦୁଝର ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.