ଉଠିଲା ପରଦା! ରାକ୍ଷୀ ସାଓ୍ଵନ୍ତଙ୍କ ସ୍ୱାମୀ କୌଣସି NRI ନୁହନ୍ତି, ବରଂ ସଲମାନଙ୍କ ଶୋ’ରେ କରୁଛନ୍ତି କାମ; ଏତେ ଦିନ ଧରି ଲୁଚାଇ ରଖିଥିଲେ ସ୍ତ୍ରୀ

‘ବିଗ୍‌ ବସ୍‌ ୧୫’ର ଦର୍ଶକ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ଯେତେବେଳେ ରାକ୍ଷୀ ସାଓ୍ଵନ୍ତ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’ରେ ଏଣ୍ଟ୍ରି କରିଥିଲେ। ୨୦୧୯ରେ ବିବାହ କରିଥିବା ରାକ୍ଷୀଙ୍କ ସ୍ୱାମୀଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ଦେଖି ନ ଥିଲେ, ଏପରି କି, ତାଙ୍କର କୌଣସି ବି ଫଟୋ ସାମ୍ନାକୁ ଆସି ନ ଥିଲା। ପୁଣି ହଠାତ୍‌ ଏମିତି ପ୍ରକଟ ହେବା ଲୋକଙ୍କୁ ଏକଦମ୍‌ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେ ରାକ୍ଷୀଙ୍କ ପ୍ରକୃତ ସ୍ୱାମୀ ବୋଲି ଖୋଦ୍‌ ସଲମାନ ଖାନଙ୍କୁ ମଧ୍ୟ ବିଶ୍ୱାସ ହୋଇ ନ ଥିଲା। ଏବେ ରିତେଶଙ୍କୁ ନେଇ ଏମିତି କିଛି ଖବର ମଧ୍ୟ ସାମ୍ନାକୁ ଆସୁଛି, ଯାହାକୁ ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ।

ଦର୍ଶକ ଆଶ୍ଚର୍ଯ୍ୟ

ବାସ୍ତବରେ, ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଏହା କହି ଆସିଛନ୍ତି କି, ରିତେଶ ଜଣେ ଏନ୍‌ଆର୍‌ଆଇ ବିଜିନେସ୍‌ମ୍ୟାନ। କିନ୍ତୁ ରିତେଶଙ୍କ ଉଚ୍ଚାରଣର ଭଙ୍ଗୀ ଶୁଣିବା ପରେ ସୋସିଆଲ ମିଡିଆରେ ଲୋକେ କହିଛନ୍ତି, ସେ କୌଣସି ବି ପ୍ରକାରେ ଏନ୍‌ଆର୍‌ଆଇ ଭଳି ଲାଗୁ ନାହାନ୍ତି। ତା’ ଛଡ଼ା ଦର୍ଶକ ତାଙ୍କୁ ଲଲିପପ୍‌ ଲାଗେଲୁ ଗୀତ ଗାଉଥିବାର ଏବଂ ନାଚୁଥିବାର ମଧ୍ୟ ଦେଖିଛନ୍ତି, ଯାହାକି ସେମାନଙ୍କୁ ସାମାନ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା।

ରିତେଶଙ୍କ ସତ୍ୟତା କ’ଣ

ଏବେ ଖବର ସାମ୍ନାକୁ ଆସୁଛି କି, ରିତେଶ ମୂଳତଃ ବିଗ୍‌ ବସ୍‌ ସେଟ୍‌ରେ ଜଣେ କ୍ୟାମେରାମ୍ୟାନ। ଏ ନେଇ ‘ଦ ଖବରୀ’ ମଧ୍ୟ ନିଜ ଟ୍ଵିଟର ପ୍ଲାଟଫର୍ମରେ ଉଲ୍ଲେଖ କରିଛି। ଟ୍ଵିଟ୍‌ରେ ଲେଖା ଯାଇଛି ଯେ ‘ଏବେ ଏହି ଗୁଜବ କିଏ ପ୍ରଚାରିତ କରୁଛି କି, ରାକ୍ଷୀ ସାଓ୍ଵନ୍ତଙ୍କ ସ୍ୱାମୀ ରିତେଶ ପ୍ରକୃତରେ ବିଗ୍‌ ବସ୍‌ ଟିମ୍‌ର କ୍ୟାମେରାମ୍ୟାନ’।

ଲୋକଙ୍କୁ ପ୍ରଥମରୁ ହୋଇଥିଲା ସନ୍ଦେହ

କହି ରଖୁଛୁ, ଏହି ଦୁଇଜଣଙ୍କ ବିବାହକୁ ନେଇ ଖୋଦ୍‌ ସଲମାନ ଖାନ ବି ସନ୍ଦେହ କରି ସାରିଛନ୍ତି। ସେ ଓ୍ଵିକେଣ୍ଡ କା ଓ୍ଵାର୍‌ ଏପିସୋଡ୍‌ରେ ରାକ୍ଷୀଙ୍କୁ ପଚାରିଥିଲେ ଯେ ‘ଏ ପ୍ରକୃତରେ ତୁମର ସ୍ୱାମୀ ନା ଭଡ଼ାରେ ସ୍ୱାମୀର ରୋଲ୍‌ ନିଭାଇବା ପାଇଁ ନେଇକି ଆସିଛ’। ଏହା ଉପରେ ରାକ୍ଷୀ ପ୍ରତିକ୍ରିୟା ଦେଇଥିଲେ କି, ‘ନା ସଲମାନ, ଏ ମୋର ସ୍ୱାମୀ ରିତେଶ ଏବଂ ଆପଣଙ୍କ ଜିଜା ଜୀ’।

ଶୋ’ରେ ଧମାଲ କରୁଛନ୍ତି ରିତେଶ

ଶୋ’ରେ ଦୁଇଜଣ ନିଜର ଅଲଗା ଅଲଗା ଲଭ୍‌ ଷ୍ଟୋରୀ ଶୁଣାଇଥିଲେ। ରିତେଶ କହିଥିଲେ କି, ରାକ୍ଷୀ ତାଙ୍କୁ ପ୍ରପୋଜ କରିଥିଲେ। ଯେତେବେଳେ କି, ରାକ୍ଷୀ ସାଓ୍ଵନ୍ତ ଘରବାଲାଙ୍କୁ କହିଥିଲେ ଯେ ରିତେଶ ଥିଲେ, ଯିଏ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ଏବେ ଏହା ଦେଖିବା ପାଇଁ ଉତ୍ସାହ ରହିବ କି, ରିତେଶଙ୍କ ସହ ଜଡ଼ିତ ରାଜ୍‌ କେବେ ବାହାରକୁ ଆସୁଛି। ବର୍ତ୍ତମାନ ଏହି ରିତେଶ ବିଗ୍‌ ବସ୍‌ ଘରେ ଭିଆଇପି ମେମ୍ବର ହୋଇ ଧମାଲ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.