Below header

ଅଭିନୟ ପାଇଁ ନୁହେଁ ନାକ ପାଇଁ ହିଁ ଶାହରୁଖଙ୍କୁ ମିଳିଥିଲା ବଲିଉଡରେ ମୌକା

ଶାହରୁଖ ଖାନଙ୍କୁ ବଲିଉଡର ବାଦଶାହ ଭାବରେ ଜଣାଜାନ୍ତି । ଏମିତି କାହିଁକି ବା ନହେବ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି ଏହି ସୁପରଷ୍ଟାର ଜଣକ ଶାହରୁଖ ଖାନଙ୍କୁ ବଲିଉଡର ବାଦଶାହ ଭାବରେ ଜଣାଜାନ୍ତି । ଏମିତି କାହିଁକି ବା ନହେବ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି ଏହି ସୁପରଷ୍ଟାର ଜଣକ । ଏବେକା ସମୟରେ ଖୁବ କଠିନ ସମୟ ଦେଇ ଗତି କରୁଥିବା ଶାହରୁଖ ଆଜି ତାଙ୍କର ୫୬ ତମ ଜନ୍ମ ଦିନ ପାଳନ କରୁଛନ୍ତି । ୧୯୬୫ ମସିହା ନଭେମ୍ବର ୨ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଦିନେ ଯାତ୍ରା କରିଥିବା ବଲିଉଡର ଏହି ବାଦଶାହ ହୁଏତ କେବେବି ଅନୁମାନ କରିନଥିବେ ଯେ ଦିନେ ସେ ପ୍ରତିଟି ହୃଦୟରେ ରାଜ କରିବେ ବୋଲି । ଆଜି ସେ ଏମିତି ଜଣେ ସେଲିବ୍ରିଟି ପାଲଟିଛନ୍ତିଯେ ତାଙ୍କୁ ନେଇ ଘଟୁଥିବା ପ୍ରତିଟି ଘଟଣା ଖବରର ଶୀର୍ଷରେ ରହୁଛି ।

shahrukh khan
image credit: GQ india

ଆଉ କିଛି ଉଚ୍ଚ ବେତନ ନେବା ଅଭିନେତାଙ୍କ ତାଲିକାରେ ଶାହରୁଖଙ୍କ ନାଁ ଶୀର୍ଷରେ ରହିଛି । ତାଙ୍କ ନିଆରା ଅଭିନୟକୁ ଦେଶ ତଥା ବିଦେଶରେ ପ୍ରଶଂସା କରୁଥିବା ତାଙ୍କ ପ୍ରଶଂସକ ମାନେ ହୁଏତ ଜାଣିନଥିବେ ଦକ୍ଷତା ପାଇଁ ନୁହେଁ ନାକ ପାଇଁ ହିଁ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା । ଏକ ସାକ୍ଷାତ୍କାର ସମୟରେ ନିଜେ ଶାହରୁଖ ହିଁ ଏବାବଦରେ ଖୁଲାସା କରିଥିଲେ । କିଛି ପ୍ରସିଦ୍ଧ ଟିଭି ଶୋ’ରେ କାମ କରୁଥିବା ବେଳେ ବଲିଉଡରେ ଥରେ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ସେ ସ୍ଥିର କଲେ । ୧୯୯୧ ମସିହାରେ ହେମା ମାଳିନୀଙ୍କ ସହ “ଦିଲ ଆସାନ ହେ” ଫିଲ୍ମରେ କାମ କରିବାକୁ ତାଙ୍କୁ ସୁଯୋଗ ମିଳିଲା । ଏଥିରେ ସେ ଜଣେ ସହଯୋଗୀ କଳକାର ଭାବରେ କାମ କରିଥିଲେ । ଆଉ ଏହି ସମୟରେ ହିଁ ହେମା ତାଙ୍କୁ କହିଥିଲେକି ତମ ନାକ ଖୁବ ସ୍ୱତନ୍ତ୍ର ।

ତମ ନାକ ପାଇଁ ହିଁ ତମକୁ ଏହି ସିନେମାରେ କାମ କରିବାକୁ ସୁଯୋଗ ମିଳିଲା । କିନ୍ତୁ ଏନେଇ ଶାହରୁଖ ଆଉ ଏକ ଖୁଲାସା ମଧ୍ୟ କରିଥିଲେ । ସେ କହିବା ଅନୁଯାୟୀ ନିଜ ନାକ ତାଙ୍କର ଆଦୌ ପସନ୍ଦ ନୁହେଁ । ସେ ସବୁବେଳେ ଏହାକୁ ଲୁଚାଇବାକୁ ଚେଷ୍ଟା କରନ୍ତି । ତାଙ୍କ ଜୀବନ କାହାଣୀକୁ ନେଇ ଲେଖାଯାଇଥିବା ପୁସ୍ତକ “ଏସଆରକେ-25 ଇୟର୍ସ ଅଫ ଲାଇଫ”ରେ ତାଙ୍କ ବଲିଉଡ କ୍ୟାରିୟରର ପ୍ରତିଟି ଘଟଣା ଉଲ୍ଲେଖ ରହିଛି । ପ୍ରତିଟି ଛୋଟବଡ ଘଟଣା ବାବଦରେ ଏଥିରେ ଲେଖାଯାଇଛି । ଆଉ ଏହିଥିରେ ହିଁ ନିଜ ନାକକୁ ନେଇ ଥିବା କାହାଣୀ ବିଷୟରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.