ବେଡରୁମରେ ପତ୍ନୀ ମୀରାଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଲେ ଶାହିଦ, ଭିଡିଓ ଭାଇରାଲ

ବଲିଉଡ ଅଭିନେତା ଶାହିଦ କପୁର ଏବଂ ମୀରା କପୁରଙ୍କ କେମେଷ୍ଟ୍ରେିକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍‌ ଚର୍ଚ୍ଚା। ଏବେ ଲକଡାଉନରେ ଏହି ଦମ୍ପତି ଏକ ବେଡରୁମ ଭିଡିଓ ସେୟାର କରିଛନ୍ତି। ଯାହା ଏବେ ଖୁବ ଜୋରରେ ଭାଇରାଲ ହେଉଛି। ଏହି ଭିଡିଓକୁ ସାହିଦ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭାଇରାଲ ଭିଡିଓରେ ଶାହିଦ ଏବଂ ମୀରା ବେଡରେ ବସି ଫୋନରେ ବ୍ୟସ୍ତ ଥିବା ନଜର ଆସିଛନ୍ତି।

 

View this post on Instagram

 

We grow wiser and more mature with each passing day in #quarantine

A post shared by Shahid Kapoor (@shahidkapoor) on

ଭିଡିଓରେ ଶାହିଦ କପୁର ପତ୍ନୀ ମୀରାଙ୍କୁ ମନାଇବାକୁ ଯାଇ ବିଭିନ୍ନ ରୋମାଣ୍ଟିକ କଥା କହୁଛନ୍ତି। କିନ୍ତୁ ଶାହିଦଙ୍କର ଏପରି କଥା ମୀରାଙ୍କ ଉପରେ କିଛି ଖାସ୍‌ ପ୍ରଭାବ ପକାଉନାହିଁ। ଏହି ଭିଡିଓକୁ ସେୟାର କରି ଶାହିଦ କହିଛନ୍ତି, ‘କ୍ୱାରେଣ୍ଟାଇନରେ ରହି ମଣିଷ ଦିନକୁ ଦିନ ଅଧିକ ବୁଦ୍ଧିମାନ ଏବଂ ପରିପକ୍ୱ ହୋଇଯାଉଛି। ସୂଚନାଯୋଗ୍ୟ, ଶାହିଦ ଏବଂ ମୀରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି। ଦୁହେଁ ବିଭିନ୍ନ ପ୍ରକାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.