Below header

ନୂଆ ଲୁକ୍ ରେ ନଜର ଆସିଲେ କିଙ୍ଗ ଖାନ୍, ଲମ୍ବା କେଶ ଏବଂ ଫ୍ରେଞ୍ଚ୍ ଦାଢ଼ିକୁ ପ୍ରଶଂସା କରୁଛନ୍ତି ଫ୍ଯାନ୍

ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଏବେ ୟଶରାଜ୍ ବ୍ଯାନରରେ ଚାଲିଥିବା ନୂଆ ଫିଲ୍ମ ‘ପଠାନ୍’କୁ ନେଇ ବେଶ ଚର୍ଚ୍ଚାରେ। ଏହି ଫିଲ୍ମର ସୁଟିଂକୁ ନେଇ ବ୍ଯସ୍ତ ରହିଛନ୍ତି ସେ । ଆଜି କିଙ୍ଗ୍ ଖାନଙ୍କର କିଛି ଫଟୋ ସାମନାକୁ ଆସିଛି । ଏହି ଫଟୋ କୁଆଓଡେ ଶାହରୁଖ ଖାନଙ୍କର ଖାନଙ୍କର ‘ପଠାନ୍’ ଲୁକ୍ ବୋଲି ଚର୍ଚ୍ଚା ଚାଲିଛି। ସୋସିଆଲ ମିଡ଼ିଆରେ ଶାହାରୁଖଙ୍କର ଏହି ଫଟୋ ଖୁବ୍ ଭାଇରାଲ ହେଉଛି ଏବଂ ଲୋକେ କିଙ୍ଗ୍ ଖାନଙ୍କର ନୂଆ ଲୁକ୍କୁ ବହୁତ ପ୍ରଶଂସା କରୁଛନ୍ତି।

ଜୁନ୍ ୨୦୧୮ ପରେ ଏହା ପ୍ରଥମ ଥର ପାଇଁ ଶାହାରୁଖ ଫିଲ୍ମର ସୁଟିଂ କରୁଛନ୍ତି। ୟଶରାଜ ଫିଲ୍ମ ଷ୍ଟୁଡିଓ ବାହାରେ ଶାହାରୁଖ ଧଳା ରଙ୍ଗର ଟି’ ସାର୍ଟ ଏବଂ କଳା ରଙ୍ଗର ପ୍ଯାଣ୍ଟ ପିନ୍ଧିଥିବା ନଜର ଆସିବା ସହିତ ଲମ୍ବା କେଶ ଏବଂ ଫ୍ରେଞ୍ଚ କଟ୍ ଦାଢ଼ିରେ ଥିବା ଦେଖାଯାଇଛି। ଶାହାରୁଖଙ୍କ ଏହି ଲୁକ୍ ଫ୍ଯାନ୍ ଙ୍କୁ ବହୁତ ପସନ୍ଦ ଆସିଛି।

 

View this post on Instagram

 

A post shared by Viral Bhayani (@viralbhayani)

ଶାହାରୁଖଙ୍କ ବ୍ୟତୀତ ‘ପଠାନ୍’ ରେ ଜନ୍ ଆବ୍ରାହମ୍ ଓ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି । ଏହି ଫିଲ୍ମଟି ୨୦୨୧ର ଦୀପାବଳି ଅବସରରେ ରିଲିଜ୍ ହୋଇପାରେ । ସେପଟେ ଲୋକେ ଶାହାରୁଖ୍ଙ୍କର ପୁଣି ଲେଉଟାଣିକୁ ନେଇ ଖୁବ୍ ଜୋରରେ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.