ଆଜି ଦେଶରୁ ୩୧ ହଜାର ୧୧୮ ନୂଆ ପଜିଟିଭ କେସ, ୪୮୨ ଜଣଙ୍କର ନେଲା ଜୀବନ

ରାଜ୍ୟ ସହ ଦେଶରେ ବି ଦିନ କୁ ଦିନ କମି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା ଦେଶରେ କମୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଦେଶର ଵିଭିନ୍ନ ସ୍ଥାନରୁ ୩୧ ହଜାର ୧୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୧୦ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୭ ହଜାର ୬୨୧ରେ ପହଂଚିଛି । ଏଯାବତ ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସଂକ୍ରମଣ ମୁକ୍ତ ହୋଇଥିବା ନେଇ ଜଣାଯାଇଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୪୧ ହଜାର ୯୮୫ ଜଣ କରୋନା ମୁକ୍ତ ହୋଇ ହସ୍ପିଟାଲରୁ ଫେରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ୫ ଲକ୍ଷରୁ କମ ଅର୍ଥାତ ୪ ଲକ୍ଷ ୩୫ ହଜାର ୬୦୩ଟି ସକ୍ରିୟ ମାମଲା ରହିଛି ।

ବିଶ୍ୱର ଅନ୍ୟାନ ଦେଶ ମାନଙ୍କରେ କରୋନା ମାମଲା ବଢି ଚାଲିଥିବା ବେଳେ ଭାରତରେ କିନ୍ତୁ ଏହି ସଂଖ୍ୟା କମି କମି ଚାଲିଛି । ସୋମବାର ତୁଳନାରେ ମଙ୍ଗଳବାର ଏହି ସଂଖ୍ୟା ଆହୁରି କମି ଥିବା ନେଇ ଲକ୍ଷ କରାଯାଇଛି । ଏମିତିକି ପାଖାପାଖି ୮ ହଜାର ତାରତମ୍ୟ ରହିଛି ଦୁଇ ଦିନର ଆକ୍ରାନ୍ତ ସଂଖ୍ୟା ମଧ୍ୟରେ । ସେପଟେ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୯୪ ଲକ୍ଷ ପାର ହୋଇଥିବା ନେଇ ରେକର୍ଡ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.