ମାତ୍ର ୫ ମିନିଟ୍‌ରେ ପ୍ରସ୍ତୁତ ହୁଅନ୍ତି ଗୌରୀ, ଶାହରୁଖଙ୍କୁ ଲାଗିଥାଏ ପୂରା ୫ ଘଣ୍ଟା!

ବଲିଉଡ୍‌ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ବିଷୟରେ ଫ୍ୟାନ୍‌ମାନେ ଯେତେ ବି ଅଧିକ ଜାଣିଲେ, ଆଉ କିଛି ଜାଣିବା ପାଇଁ ସବୁବେଳେ ଉତ୍ସୁକତା ରହିଥାଏ। ତାଙ୍କ ପର୍ସନାଲ୍‌ ଲାଇଫ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରିଥାଏ। ଏବେ ଏବେ ଏହି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ସିକ୍ରେଟ୍‌ କଥା ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି କି? ଶାହରୁଖ ଖାନ୍‌ଙ୍କୁ କେଉଁଆଡ଼େ ଯିବାକୁ ହେଲେ ପ୍ରସ୍ତୁତ ହେବାକୁ ପୂରା ୫ ଘଣ୍ଟା ସମୟ ଲାଗିଥାଏ।

SAH3

ଏକ ଇଭେଣ୍ଟରେ ଗୌରୀ ଖାନ୍‌ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ଏହି କଥାର ଖୁଲାସା କରିଛନ୍ତି। ଗୌରୀ କହିଛନ୍ତି, ତାଙ୍କୁ ବାହାରିବାକୁ ଯେଉଁଠି ୫ ମିନିଟ୍‌ ସମୟ ଲାଗିଥାଏ, ସେଠି ଶାହରୁଖଙ୍କୁ ପ୍ରସ୍ତୁତ ହେବାକୁ ପାଖାପାଖି ୫ ଘଣ୍ଟା ସମୟ ଲାଗିଥାଏ।

ଏ ନେଇ ଶାହରୁଖ କହିଥିଲେ, ଏହା ଏଥିପାଇଁ ହୋଇଥାଏ, କାରଣ, ସେ ଗୋଟିଏ କପଡ଼ାକୁ ପ୍ରାୟତଃ ସବୁ ଜାଗାକୁ ପିନ୍ଧି ଚାଲିଯାଆନ୍ତି। ଗୋଟିଏ ହିଁ ବ୍ଲାକ୍‌ ସୁଟ୍‌ ସେ ସବୁବେଳେ ପିନ୍ଧିଥାଆନ୍ତି। କିନ୍ତୁ ଆପଣଙ୍କୁ ଫରକ୍‌ ପତ୍ତା ଲଗେଇବାକୁ ପଡ଼ିଥାଏ କି ଶାହରୁଖ ସବୁବେଳେ ଅଲଗା ଅଲଗା ବ୍ଲାକ୍‌ ସୁଟ୍‌ ପିନ୍ଧି ଆସିଥାଆନ୍ତି।

SHA2

ଯଦି ଶାହରୁଖଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କଥା ଉଠେ, ତେବେ ଫ୍ୟାନ୍‌ମାନେ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି। କାରଣ, ଲମ୍ବା ସମୟ ଧରି ଶାହରୁଖ ବଡ଼ ପରଦାରେ ନଜର ଆସିନାହାନ୍ତି। କୁହାଯାଉଛି କି, ବକ୍ସ ଅଫିସରେ ଶାହରୁଖଙ୍କୁ ମିଳିଥିବା ଲଗାତାର ଅସଫଳତା ଯୋଗୁ ସେ ଏବେ ନିଜକୁ ହିଁ ସମୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.