Below header

ସାଥୀ ଖେଳାଳିଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ, ଭାଇରାଲ ହେଲା ଭିଡିଓ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓପନର ଶିଖର ଧଓ୍ଵନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି। ଏହି ଭିଡିଓରେ ଧଓ୍ଵନ୍‌ ସାଥୀ ଖେଳାଳିଙ୍କ ସହ ବସି ଫିଲ୍ମଷ୍ଟାର ଅକ୍ଷୟ କୁମାରଙ୍କ ନକଲ କରୁଥିବା ଦେଖିବାକୁ ମିଳିଛି। ସେ ଅକ୍ଷୟଙ୍କ ହାଉସ୍‌ଫୁଲ-୪ର ବାଲା ଚରିତ୍ରର ଅଭିନୟ କରୁଛନ୍ତି। ଭିଡିଓରେ ଧଓ୍ଵନଙ୍କ ସହ ଖଲୀଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ ଓ ରୋହିତ ଶର୍ମା ମଧ୍ୟ ନଜର ଆସିଛନ୍ତି।

ଏହାସହ ପଢ଼ନ୍ତୁ: ରଣବୀର ସିଂହ ଟ୍ଵିଟ୍‌ କରି ମୋବାଇଲ୍‌ ନମ୍ବର ପଚାରିବାରୁ ମହାରାଷ୍ଟ୍ର ପୋଲିସ ଦେଲା ଏଭଳି ମଜାଳିଆ ଉତ୍ତର

ଭିଡିଓରେ ରୋହିତ ଶର୍ମାଙ୍କ ଗଗଲ୍ସ କାଇଁ ବୋଲି ଖଲୀଲ ଶିଖର ଧଓ୍ଵନଙ୍କୁ ପ୍ରଶ୍ନ କରୁଛନ୍ତି। ଏତିକି ବେଳେ ଚହଲ ତାଙ୍କ କାନ ପାଖରେ ଘଣ୍ଟି ବଜାଇ ଦେଉଛନ୍ତି ଓ ଧଓ୍ଵନ ସବୁ କିଛି ଭୁଲିଯାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

Bala ke side effects 😂 @akshaykumar @khaleelahmed13 @yuzi_chahal23

A post shared by Shikhar Dhawan (@shikhardofficial) on

ଶିଖର ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ‘‘ବାଲାର ସାଇଡ୍‌ ଇଫେକ୍ଟ’’। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏହି ଫଟୋ ସହ ଅକ୍ଷୟଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଏହି ପୋଷ୍ଟରେ ଦୃତ ବୋଲର ଭୁବନେଶ୍ୱର କୁମାର କମେଣ୍ଟ ଦେଇ ଲେଖିଛନ୍ତି ଯେ ଭୁଲିବା ଅଭିନୟ କରିବା କ’ଣ ଆବଶ୍ୟକ? ଏହା ତ ନ୍ୟାଚୁରାଲ ଟ୍ୟାଲେଣ୍ଟ। ତେବେ ଶିଖରଙ୍କ ଏହି ଆକ୍ଟିଂକୁ ଦର୍ଶକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.