ସିଡିରୁ ଖସି ପଡିଥାନ୍ତା ଶିଶୁ କିନ୍ତୁ ଏପରି ଜୀବନ ବଞ୍ଚାଇଲା ପୋଷା ବିଲେଇ, ଦେଖନ୍ତୁ ଭିଡିଓ

ପଶୁମାନେ ମଣିଷର ବନ୍ଧୁ ବୋଲି ଆପଣ ନିଶ୍ଚୟ ଶୁଣିଥିବେ। ଯଦି ଆପଣ ଗୋଟିଏ ପଶୁ କୁ ଭଲପାଇବେ ତା ପ୍ରତି ବଦଳରେ ସେ ବି ଆପଣଙ୍କୁ ସେତିକି ଭଲ ପାଇବ ବୋଲି କଣ ଆପଣ ତା ଠାରୁ ଆଶା ରଖିପାରିବେ ? ଆଜ୍ଞା ହଁ ପଶୁମାନେ ହୋଇଥାନ୍ତି ସବୁଠାରୁ ବିଶ୍ଵସନୀୟ ଯାହା ପ୍ରମାଣ କରି ଦେଖାଇଛି ଏହି ବିଲେଇ। କଣ ଆପଣ ମଧ୍ୟ ଘରେ ଖୁସିରେ ବିଲେଇ ରଖିଛନ୍ତି। ଯଦି ରଖି ନାହାନ୍ତି ତାହେଲେ ଏହି ଭିଡିଓକୁ ଦେଖିବା ପରେ ଆପଣ ନିଶ୍ଚୟ ନିଜ ଘରେ ଏକ ବିଲେଇ ପାଳିବାକୁ ଇଛା କରିବେ। କାରଣ ଏହି ବିଲେଇଟି ଏକ ଛୋଟ ପିଲାର ଜୀବନ ବଞ୍ଚାଇଛି।

Image result for cat

 

ସୂଚନା ଅନୁଯାୟୀ ଘଟଣାଟି ଘଟିଛି କଲମ୍ବିଆରେ। ଏଠାରେ ଏକ ଛୋଟପିଲା ଖେଳୁଥିବା ସମୟରେ ଅଚାନକ ସେ ଛାତର ସିଡ଼ି ପାଖରେ ପହଂଚି ଯାଇଥିଲା। ସେ ସିଡିର ଏତେ ନିକଟରେ ପହଂଚି ଯାଇଥିଲା ଯେ ଆଖି ପିଛୁଳାକେ ତଳକୁ ଖସିଯିବାର ସମ୍ଭାବନା ରହିଥିଲା। ଠିକ ସେହି ସମୟରେ ଘରର ପୋଷା ବିଲେଇ ତାକୁ ବଞ୍ଚାଇ ଦେଇଥିଲା। ଏହି ଭିଡିଓକୁ ଦେଖି ସାରିବା ପରେ ଲୋକମାନେ ବିଲେଇଟିର ବହୁତ ତାରିଫ କରୁଛନ୍ତି । ଏହାସହିତ ସେମାନେ ପିଲାଟିର ମା ଉପରେ ମଧ୍ୟ ରାଗୁଥିବାର ଦେଖିବାକୁ ମିଳିଛି। କାରଣ ଏତେ ଛୋଟ ପିଲାଟିକୁ ନଜରରେ ନ ରଖି ତାଙ୍କ ମା ଏତେ ନିର୍ଭୟରେ ଛାଡି ଦେଇଥିଲେ କିପରି।

ଏହି ଭିଡିଓକୁ DLore Álvarez ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକି ସିସିଟିଭି କ୍ୟାମେରାରୁ ନିଆଯାଇଛି। ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିପରି ଛୋଟ ପିଲାଟି ଖେଳୁ ଖେଳୁ ହଠାତ ସିଡ଼ି ଆଡକୁ ଅଗ୍ରସର ହେଉଛି ଏବଂ ପିଲାଟି ଉପରେ ବିପଦ ଅଛି ଦେଖିବା ମାତ୍ରେ ବିଲେଇଟି ପ୍ରାଣ ବିକଳରେ ଦୌଡ଼ି ଯାଇ ତାର ଜୀବନ ବଞ୍ଚାଉଛି ।

ଏହାସହ ପଢନ୍ତୁ ମା’କୁ ଖୋଜିବା ପାଇଁ ସରକାରୀ ବ୍ୟବସ୍ଥା ସହ ଲଢ଼ିଲା ୧୨ ବର୍ଷର ବାଳକ

ଏହି ଘଟଣାଟି ଅକ୍ଟୋବର ୩୧ ତାରିଖରେ କଲମ୍ବିଆରେ ଘଟିଥିଲା । ୨୭ ବର୍ଷୀୟା ଡ଼ିଆନା ଲୋରେନା ନାମକ ଜଣେ ମହିଳା ଶୋଇଥିବା ସମୟରେ ହଠାତ ତାଙ୍କ ପୁଅ ତାଙ୍କଠାରୁ ଦୁରକୁ ଚାଲି ଯାଇଥିଲା ଓ ସେହି ସମୟରେ ଘଟିଯାଇଥିଲା ଏପରି ଏକ ଘଟଣା । ସିସିଟିଭି ଫୁଟେଜ ଦେଖିବା ପରେ ମହିଳା ଜଣକ କହିଥିଲେ କି ଯଦି ନିଜର ପୋଷା ବିଲେଇ ନଥାନ୍ତା ତାହେଲେ ତାଙ୍କ ପୁଅ ହୁଏତ ସିଡିରୁ ତଳକୁ ଖସି ପଡିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.