ହାର୍ଟ ଆଟାକ୍ ପରେ କାମକୁ ଫେରିଛନ୍ତି ଶ୍ରେୟସ୍ ତଲପଡେ, ଜଣାଇଲେ କିପରି ଅଛି ସ୍ୱାସ୍ଥ୍ୟବସ୍ଥା

ହୃଦଘାତ ପରେ କାମକୁ ଫେରିଲେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟସ୍ ତଲପଡେ । ଦୁଇ ମାସ ପୂର୍ବେ ଅଭିନେତା ଶ୍ରେୟସ୍ ତଲପଡେଙ୍କର ହୃଦଘାତ ହୋଇଥିଲା । ତାଙ୍କ ହୃଦଘାତର ଖବର ଶୁଣିବା ପରେ ଅଭିନେତାଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ।

ହାର୍ଟ ଆଟାକ୍ ପରେ କାମକୁ ଫେରିଲେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟସ୍ ତଲପଡେ । ଦୁଇ ମାସ ପୂର୍ବେ ଅଭିନେତା ଶ୍ରେୟସ୍ ତଲପଡେଙ୍କର ହାର୍ଟ ଆଟାକ୍ ହୋଇଥିଲା । ତାଙ୍କ ହାର୍ଟ ଆଟାକ୍ ଖବର ଶୁଣିବା ପରେ ଅଭିନେତାଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ସେ ନିଜେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ କାମକୁ ଫେରିଛନ୍ତି । ସେ ବର୍ତ୍ତମାନ କିପରି ଅଛନ୍ତି ବୋଲି ଶ୍ରେୟସ୍ କହିଛନ୍ତି ଏବଂ ଏହି କଷ୍ଟ ସମୟରେ ତାଙ୍କ ସହ ଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇନଷ୍ଟାଣ୍ଟ ବଲିଉଡ ସହିତ ଏକ ଇଣ୍ଟରଭ୍ଯୁରେ ଶ୍ରେୟାସ ତଲପଡେ କହିଛନ୍ତି- ‘ମୋ ସାହାଯ୍ୟ ପାଇଁ ସେହି ରାତିରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ତାଙ୍କ ପାଇଁ ପ୍ରାର୍ଥନା କରିଥିବା ଡାକ୍ତର, ଟେକ୍ନିସିୟାନ, ହସ୍ପିଟାଲ ଷ୍ଟାଫ ଏବଂ ଫ୍ୟାନ୍ସମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଶ୍ରେୟାସ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ପ୍ରତିଦିନ ରିକଭର କରୁଛନ୍ତି । ଏଥିସହ ସେ କାମକୁ ମଧ୍ୟ ଫେରିଛନ୍ତି । ସୁଟିଂକୁ ଫେରିବା ପରେ ଶ୍ରେୟାସ କହିଛନ୍ତି – ‘ସେ ବର୍ତ୍ତମାନ ଟିକେ କାମ କରିବା ଆରମ୍ଭ କରିଛନ୍ତି କିନ୍ତୁ ସେ ଭାବୁଛନ୍ତି ଏହି ଜୀବନରେ ଲୋକଙ୍କ ଋଣ ପରିଶୋଧ କରିବା ବହୁତ କଷ୍ଟକର ।

ଏହା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ସେ ବର୍ତ୍ତମାନ ବହୁତ ଖୁସି ଅଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୧୪ ରେ ଛାତି ଯନ୍ତ୍ରଣା ଭୋଗିବା ପରେ ଶ୍ରେୟାସଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଶ୍ରେୟସ୍ ବର୍ତ୍ତମାନ ଭଲ ଅଛନ୍ତି ଏବଂ ଦିନକୁ ଦିନ ସୁସ୍ଥ ହେଉଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶ୍ରେୟସ୍ ୱେଲକମ ସିରିଜର ତୃତୀୟ ଫିଲ୍ମ ‘ୱେଲକମ୍ ଟୁ ଦି ଜଙ୍ଗଲ’ରେ ନଜର ଆସିବେ । ଏହି ଫିଲ୍ମର ଷ୍ଟାର କାଷ୍ଟ ବହୁତ ବଡ । ଏହି ଫିଲ୍ମରେ ଅକ୍ଷୟ କୁମାର, ରବିନା ଟଣ୍ଡନ୍, ଦିଶା ପାଟନି, ସଞ୍ଜୟ ଦତ୍ତ, ଅର୍ଶଦ ୱାର୍ସି, ତୁଷାର କପୁର, ପରେଶ ରାୱଲଙ୍କ ସହ ଅନେକ କଳାକାର ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.