କେମିତି ହେବେ ଡ୍ରୋନ୍‌ ପାଇଲଟ୍‌ ? ଡ୍ରୋନ୍ ଟେକ୍ନୋଲୋଜିକୁ ବୁଝିବା ପାଇଁ ନିଅନ୍ତୁ ଏହି ତାଲିମ

ଯଦି ଆପଣଙ୍କର ଡ୍ରୋନ୍ ପାଇଲଟ୍ ହେବାର ସ୍ୱପ୍ନ ଅଛି ତେବେ ଆପଣ ଏହାକୁ ଦଶମ ଏବଂ ଦ୍ୱାଦଶ ପରେ ହିଁ ଆରମ୍ଭ କରିପାରିବେ । ଡ୍ରୋନ୍ ପାଇଲଟ୍ ହେବା ପାଇଁ ସରକାରଙ୍କ ତରଫରୁ ଟ୍ରେନିଂ ମଧ୍ୟ ଦିଆଯାଉଛି ।

ସମଗ୍ର ବିଶ୍ୱରେ ଦ୍ରୁତଗତିରେ ଟେକନିକ୍‌ ର ବିକାଶ ହେଉଛି । ଏହି ଟେକନିକ୍‌ କ୍ଷେତ୍ରରେ ଡ୍ରୋନ୍ ଇଣ୍ଡଷ୍ଟ୍ରୀ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଆଗାମୀ ବର୍ଷରେ ଏହା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପୂର୍ବରୁ ଡ୍ରୋନର ବ୍ୟବହାର ବହୁତ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ବିବାହ ବ୍ୟତୀତ ଡାକ୍ତରୀ କ୍ଷେତ୍ର, କୃଷି କ୍ଷେତ୍ର, ସିନେମା ଇଣ୍ଡଷ୍ଟ୍ରୀରେ ଡ୍ରୋନର ବ୍ୟବହାର ବହୁଳ ଭାବରେ ଦେଖାଯାଉଛି । ଡ୍ରୋନ୍ ଦ୍ୱାରା ଗୋଟିଏ ସ୍ଥାନରେ ବସି କମ୍ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ଏବଂ ଅଧିକ ଅଞ୍ଚଳକୁ କଭର କରିପାରିବେ । କିନ୍ତୁ ଏହି କାର୍ଯ୍ୟ ଡ୍ରୋନ୍ ପାଇଲଟ୍ ଦ୍ୱାରା କରାଯାଇଥାଏ । ଡ୍ରୋନ୍ ପାଇଲଟ୍ ରିମୋଟ୍ ଦ୍ୱାରା ଡ୍ରୋନ୍ କୁ କଣ୍ଟ୍ରୋଲ କରିଥାଏ ।

ଯଦି ଆପଣଙ୍କର ଡ୍ରୋନ୍ ପାଇଲଟ୍ ହେବାର ସ୍ୱପ୍ନ ଅଛି ତେବେ ଆପଣ ଏହାକୁ ଦଶମ ଏବଂ ଦ୍ୱାଦଶ ପରେ ହିଁ ଆରମ୍ଭ କରିପାରିବେ । ଡ୍ରୋନ୍ ପାଇଲଟ୍ ହେବା ପାଇଁ ସରକାରଙ୍କ ତରଫରୁ ଟ୍ରେନିଂ ମଧ୍ୟ ଦିଆଯାଉଛି ।

ଡ୍ରୋନ୍ ପାଇଲଟ୍ ହେବା ପାଇଁ ଆପଣଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ମାନ୍ୟତାପ୍ରାପ୍ତ ଏକ ଅନୁଷ୍ଠାନରୁ ତାଲିମ ନେବାକୁ ପଡିବ । ଟ୍ରେନିଂ ପାଇଁ ଆପଣଙ୍କୁ ଅନୁଷ୍ଠାନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଫିସ୍‌ ଜମା କରି ଆଡମିଶନ ନେବାକୁ ପଡିବ । ଏହା ପରେ ଆପଣଙ୍କୁ ଡ୍ରୋନ୍ ଟେକ୍ନୋଲୋଜି କୁ ବୁଝିବା ପାଇଁ ତାଲିମ ଦିଆଯାଉଛି । ତାଲିମ ପରେ ପ୍ରାର୍ଥୀଙ୍କୁ ଡାକ୍ତରୀ ପରୀକ୍ଷାରେ ହାଜର ହେବାକୁ ପଡିବ। ଏହି ପର୍ଯ୍ୟାୟରେ ସଫଳ ପ୍ରାର୍ଥୀମାନଙ୍କୁ ଡିଜିସିଏ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ଡ୍ରୋନ୍ ପାଇଲଟ୍ କିମ୍ବା ଡ୍ରୋନ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଆପଣ ସରକାରୀ ୱେବସାଇଟ୍ Digital Sky କୁ ଯିବାକୁ ପଡ଼ିବ । ଟ୍ରେନିଂ ପାଇବା ପରେ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିପାରିବେ ।

ଡ୍ରୋନ୍‌ ଏମିତି ଏକ ଡିଭାଇସ୍‌ ଯାହା ଦ୍ୱାରା କେବଳ ଭିଡିଓ ସୁଟିଂ ହୁଏ ତାହା ନୁହେଁ ଏହା ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅନେକ ସାହାଯ୍ୟ କରିପାରୁଛି । ବର୍ତ୍ତମାନ ଡ୍ରୋନ ସାହାଯ୍ୟରେ ଜରୁରୀକାଳୀନ ସମୟରେ ଦୂର ସ୍ଥାନରୁ ହସ୍ପିଟାଲକୁ ରକ୍ତ ମଧ୍ୟ ପହଞ୍ଚାଯାଇ ପାରୁଛି । ଟ୍ରାଫିକ୍‌ ଜାମ୍‌ ହୋଇଥିଲେ ରୋଗୀକୁ ଠିକ୍‌ ସମୟରେ ରକ୍ତ ମିଳି ପାରେ ନାହିଁ କିନ୍ତୁ ଏହି ଡିଭାଇସ୍‌ ବଡ଼ ବଡ଼ ଟ୍ରାଫିକ୍‌ କୁ ଅତି ସହଜରେ ପାର୍‌ କରିପାରେ ଏବଂ ଠିକ୍‌ ସମୟରେ ଚିକିତ୍ସାକ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିପାରୁଛି । ଯେଉଁଥିପାଇଁ ଅନେକ ଲୋକଙ୍କୁ ସାହାଯ୍ୟ ମିଳୁଛି ।

ନିକଟରେ ରାମ ମନ୍ଦିର ପ୍ରତିଷ୍ଠା ସମୟରେ ମଧ୍ୟ ଡ୍ରୋନ ସାହାଯ୍ୟରେ ଆକାଶରେ ରାମଙ୍କ ପ୍ରତିକୃତି କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହା ଖୁବ୍‌ ଚମତ୍କାର ହୋଇଥିଲା । ଭାରତ ସମେତ ବିଭିନ୍ନ ରାଜ୍ୟରେ ଏହି ଡ୍ରୋନ୍‌ ସୋ’ କାର୍ଯ୍ୟକ୍ରମ କରାଯାଉଛି । ଏହି ଡ୍ରୋନ୍‌ ସୋ’ ଏତେ ଭଲ ରହୁଛି ଯେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମୁଛି । ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ ଡ୍ରୋନ ଲୋକମାନଙ୍କ ପାଇଁ ଏକ ଜରୁରୀ ଅଂଶ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.