ଡ୍ରଗ୍ସ ପାର୍ଟିରେ ସାମିଲ ହେଉଥିଲେ ସୁଶାନ୍ତଙ୍କ ଭଉଣୀ, ଏମିତି ଦାବି କଲେ ଶ୍ରୁତି ମୋଦିଙ୍କ ଓକିଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି। ନିକଟରେ ରିୟାଙ୍କ ଚାଟ୍‌ରୁ ଜଣାପଡିଥିଲା ଯେ, ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆଯାଉଥିଲା। ନିଜେ ରିୟା ଏକ ଇଣ୍ଟରଭ୍ୟୁରେ ଏ କଥା କହିଥିଲେ। ଏବେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି କିଛି ନୂଆ କଥା କହିଛନ୍ତି। ଶ୍ରୁତି ମୋଦି କହିଛନ୍ତି, ସୁଶାନ୍ତଙ୍କ ଭଉଣୀ ଡ୍ରଗ୍ସ ପାର୍ଟିରେ ସାମିଲ ହେଉଥିଲେ ବୋଲି ଓକିଲ ସାମ୍ନାରେ କହିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ସରାବଗୀ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ‘ଡ୍ରଗ୍ସ ପାର୍ଟି’ରେ ଭାଗ ନେଉଥିଲେ। ଆଉ ସୁଶାନ୍ତଙ୍କ ଯେଉଁ ଭଉଣୀ ମୁମ୍ବାଇରେ ରହୁଛନ୍ତି, ସେ ମଦ୍ୟପାନ ମଧ୍ୟ କରନ୍ତି। ଏହାଛଡା ସେ ଡ୍ରଗ୍ସ ନଅନ୍ତି ବୋଲି ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି।

shruti

ଓକିଲଙ୍କ କହିବାନୁଯାୟୀ, ଏକ ହ୍ଵାଟସଆପ୍‌ ଗ୍ରୁପ ରହିଥିଲା, ଯେଉଁଥିରେ ଡ୍ରଗ୍ସ ବିଷୟରେ ଚର୍ଚ୍ଚା ହେଇଥିଲା। ସେହି ଗ୍ରୁପରେ ସୁଶାନ୍ତ ଏବଂ ରିୟାଙ୍କ ବ୍ୟତୀତ (ଡ୍ରାଇଭର ଏବଂ ବଡିଗାର୍ଡ), ସାଙ୍ଗ ଆୟୁଷ ଶର୍ମା, ଆନନ୍ଦୀ ପ୍ରମୁଖ ରହିଛନ୍ତି। ସେହି ଗ୍ରୁପରେ ଥିବା ସମସ୍ତ ଲୋକ ଡ୍ରଗ୍ସ ନେଇଥିଲେ। ମ୍ୟାନେଜର ଶ୍ରୁତିଙ୍କୁ ମଧ୍ୟ ଏମାନେ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ଏବଂ ସେହି ଗ୍ରୁପ ଛାଡି ଦେଇଥିଲେ। ସେହି ଗ୍ରୁପ ଯୋଗୁଁ ସୁଶାନ୍ତଙ୍କୁ ଡ୍ରଗ୍ସ ବିଷୟରେ ସବୁକିଛି ଜଣାଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.