Below header

ଆସିକା: ମର୍ଣ୍ଣିଂ ୱାକ ନେଇ ଆସିଲା ମୃତ୍ୟୁ, ଅଜଣା ଗାଡିଧକ୍କାରେ ଚାଲିଗଲା ମାଉସୀ ଓ ଝିଆରୀଙ୍କ ଜୀବନ

ଭଞ୍ଜନଗର(କେନ୍ୟୁଜ୍): ମର୍ଣ୍ଣିଂ ୱାକ ନେଇ ଆସିଲା ମୃତ୍ୟୁ । ଅଜଣା ଗାଡିଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ମୃତକ ଦୁଇ ଜଣ  ସମ୍ପର୍କରେ ମାଉସୀ ଝିଆରି ହୋଇଥିବର ଜଣା ପଡିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ। ମିଳିଥିବା ସୂଚନା ମୁତାବକ ଲଛମନପଲ୍ଲୀ ଗ୍ରାମର ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶାରାଣୀ ଖଣ୍ଡୁଆଳ ପ୍ରାତଃ ଭ୍ରମଣ ପାଇଁ ରୋଡରେ ଚାଲୁଥିବା ସମୟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା।

aska accident

ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଘଟଣା ସ୍ଥଳରେ  ପୋଲିସ ପହଞ୍ଚି  ତଦନ୍ତ ଚଳାଇଛି। ଏହି ଘଟଣାକୁ  ନେଇ ଆସିକା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣା ପଡିଛି। ସକାଳୁ ସକାଳୁ  ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସ୍ଥାନୀୟ ବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.